ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ

                                                                       ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ

ରାଉରକେଲା,୨୬ /୯/୨୦୨୪ (ଓଡ଼ିଶା ସମାଚାର/ସସ୍ମିତା ପ୍ରଧାନ) – ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଉରକେଲା ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମୀଳନୀରେ ଉଦବେଗ ପ୍ରକାଶ କରାଯାଇଛି। ସେକ୍ଟର ୫ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମଞ୍ଚରେ ଥିବା ବିଜେଡି ନେତାଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ବରିଷ୍ଠ ନେତା ବିରେନ ସେନାପତି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଇତି ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚୋରି, ଡକାୟତି, ଡ୍ରଗ୍ସ କାରବାର, ଅସାମାଜିକ ଙ୍କ ଦୈ।ରାତ୍ମ୍ୟ, ବେଆଇନ ସ୍କ୍ରାପ, ସଟ୍ଟା ବେପାର ଇତ୍ୟାଦି ବୃଦ୍ଧି ପାଇଥିବା ବେଳେ ଗୋଟିଏ ସପ୍ତାହରେ ଦୁଇଟି ଗଣଦୁଷ୍କର୍ମ, ନରହତ୍ୟା ଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏପରିକି ଜଣେ ମହିଳା କନେଷ୍ଟବଳ ଥାନା ରେ ଥାନା ଅଧିକାରୀଙ୍କ ଅସଦାଚରଣର ଶିକାର ଘଟଣା ଲୋକଲୋଚନକୁ ଆସିଛି। ସେହିପରି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମ୍ମୁଖ ରାଜରାସ୍ତାରେ ସ୍ପଷ୍ଟ  ଦିବାଲୋକରେ ମଦ୍ୟପ ମାନେ ମଦ୍ୟ ପାନ କରି ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟତରେ ବାଧା ସୃଷ୍ଟି କରୁଛନ୍ତି। ପୁଲିସ ର ଢିଲାପଣ ଯୋଗୁଁ ନିଶାଗ୍ରସ୍ତ ମାନେ ରାଜରାସ୍ତାରେ ଆତଙ୍କ ମଚାଉଛନ୍ତି । ଏହି ସବୁ ଘଟଣା ସହର ଲୋକଙ୍କ ମଧ୍ୟରେ ସେମାନଙ୍କ ଧନଜୀବନ କୁ ନେଇ ଏକ ଅସୁରକ୍ଷିତ ଭାବନା ସୃଷ୍ଟି କରୁଛି।ତେଣୁ ଏହି ପରିପ୍ରେକ୍ଷୀରେ ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁନିୟନ୍ତ୍ରିତ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ ଦାବି କରିଛନ୍ତି। ଅନ୍ୟଥା ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ପଣ୍ଡା, ଜୟନ୍ତ ମିଶ୍ର, ଆନନ୍ଦ ଚନ୍ଦ୍ର ମହାନ୍ତି,ହାଲୁ ମୁଣ୍ଡାରୀ, ରଶ୍ମିବାଳା ମିଶ୍ର, ପ୍ରଶାନ୍ତ ସେଠୀ, ଜ୍ୟୋସ୍ନା ନାୟକ, ସୁଶାନ୍ତ ରାଉତ, ଛବି ମହାନ୍ତି, ସଞ୍ଜୀବ ଛୋଟରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ ଯେ ଆଜି ବିଜେଡି ବରିଷ୍ଠ ନାଗରିକ ଙ୍କୁ ନେଇ ଏ ସମ୍ପର୍କରେ ଏସପି ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଣାପାଣି ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ସୁରେନ୍ଦ୍ର ରାଉତ,ଆଲୋକ ବୋଷ, ରାଜକିଶୋର ମିଶ୍ର,ଓମ୍ ପ୍ରକାଶ ସାଇ, ଶ୍ରୀଚରଣ ମହାନ୍ତି, ଦିଲ୍ଲିପ ପୁହାଣ, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲିପ ମହାନ୍ତି,ଧୀରେନ ଗଡ଼ନାୟକ, ସଞ୍ଜୟ ବାବୁଟା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *