ଗୋରୁ ମାଂସ ବୋଝେଇ ଗାଡ଼ି ଜବତ , ଚାଳକ ଫେରାର

ନିରାକାରପୁର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)-: ବଜରଙ୍ଗ ଦଳ କର୍ମୀଙ୍କ ସୂଚନା ମୁତାବକ ଆଜି ରାତି ସାଢ଼େ ୯ ଟା ବେଳେ ଏକ ଗୋରୁ ମାଂସ ବୋଝେଇ ଗାଡ଼ି କୁ ଜଂକିଆ ପୋଲିସ ଜବତ କରିଥିବା ବେଳେ ଗାଡ଼ିରେ କଣ ଅଛି ତାହା ଆସନ୍ତାକାଲି ତହସିଲଦାରଙ୍କ ଉପସ୍ଥିତିରେ ଖୋଲିଲେ ଜଣା ପଡିବ ବୋଲି ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ଋତୁମ୍ଭରା କର ସୂଚନା ଦେଇଛନ୍ତି। ଏକ ଆଇଚର ଗାଡ଼ି ନଂ ଓଡି ୦୫ ବି ଏଲ ୩୬୨୩ ରେ ଗୋରୁ ମାଂସ ଚାଲାଣ ହେଉଥିବା ଜଂକିଆ ପୋଲିସ କୁ କିଛି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସୂଚନା ଦେବାରୁ ଜଂକିଆ ପୋଲିସ ଆଇଆଇଆସୀଙ୍କ ନେତୃତ୍ୱରେ ଜଂକିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଗାଡି ଲକ୍ ହୋଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରି ଥାନାକୁ ଆଣିଥିବବେକେ ଆସନ୍ତା କାଲି ଉକ୍ତ ଗାଡ଼ିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିଲେ ଯାହା ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।ପ୍ରକାଶ ଥାଉକି ଏହିପରି ଗାଡ଼ିରେ ଦୈନନ୍ଦିନ ଗୋରୁ ମାଂସ ବିଭିନ୍ନ ସହରକୁ ପ୍ୟାକିଂ ହୋଇ ଯାଉଥିବାର୍ ପୂର୍ବରୁ ନଜିର ରହିଛି।

Leave a Reply

Your email address will not be published. Required fields are marked *