ଜିଲା ସ୍ତରୀୟ ବିକାଶ ମେଳା ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୨୪/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଚାଲିଥିବା ଜିଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସମସ୍ତ ବିଭାଗର ସହଯୋଗୀତା ଯୋଗୁଁ ଏହା ସଫଳ ହୋଇପାରିଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ଦଳ ନୁପୂର, ବିଣାକେଶରୀ ନୃତ୍ୟ ମଞ୍ଜରୀ ଓ ସ୍ଥାନୀୟ ଦଳ ରୟାଲ ଡାନ୍ସ ଏକାଡ଼େମୀ, ସାଇନାଥ କଳା ପରିଷଦ, ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଲୋକ ନୃତ୍ୟ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗ ଦେଇଥିଲା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲୋକସଭା ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପିନୀ ସନ୍ଧ୍ୟାରେ ଭାଗ ନେଇ ଥିବା ସମସ୍ତ କଳାକାରମାନଙ୍କୁ ମୁଖ୍ୟ ଅତିଥି ଉତରୀୟ ଓ ମୋମେଂଟମ ଦେଇ ସମ୍ବର୍ଦ୍ଧର୍ିତ କରିଥିଲେ ।

Leave a Reply

Your email address will not be published. Required fields are marked *