ଖୋର୍ଦ୍ଧା, ୦୭/୦୨/୨୦୨୬ (ଓଡ଼ିଶା ସମାଚାର)- ଜୟୀରାଜଗୁରୁ ଭବନ, ଟାଉନ ହଲ ଖୋର୍ଦ୍ଧା ଠାରେ ଜିଲ୍ଲା ସାଂସ୍କୃତିକ ପ୍ରକୋଷ୍ଠ ଖୋର୍ଦ୍ଧା ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ ସହିତ କଳାକାର ସମାବେଶ ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଖୋର୍ଦ୍ଧା ର ସଂଯୋଜକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ କ୍ରି୍ଏଟିଭ ଡ୍ୟାନ୍ସ ସ୍କୁଲ ର ଗୁରୁ ଶ୍ରୀମତୀ ଉଷାରାଣୀ ପାଇକରାୟ, ଶ୍ରୀମତୀ ମହାପାତ୍ର ମୁଖ୍ୟ ବକ୍ତା, ଇତିଶ୍ରୀ ମଲ୍ଲିକ, କୁନି ସାହୁ, ଆରତି ବେହେରା ସାନମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅଲିଭା, ରୋଜି ଡେଜି, ଅର୍ଚନା ସରିଯିର୍ଥ ଶ୍ରେୟୀ ନୃତ୍ୟଶିଳ୍ପୀ ମାନେ ଆକର୍ଷଣୀୟ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ. ।

ଦ୍ୱିତୀୟ ଅଧିବେଶନ ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମହାରଣା ପାଲା ଗାୟକ ଖୋର୍ଦ୍ଧା ବ୍ଲକ ସଂଯୋଜକ, ଶ୍ରୀଯୁକ୍ତ ଅଶୋକ ପାତ୍ର, ଜଟଣୀ ବ୍ଲକ ସଂଯୋଜକ, ବେଗୁନିଆ ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ମନୋଜ ମହାପାତ୍ର, ସୁଶାନ୍ତ ହରିଚନ୍ଦନ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ, ଅନୁଷ୍ଠାନ ର କଳାକାର ଓଁ ପ୍ରକାଶ ମହାଦେବ, ବୋଲଗଡ ବ୍ଲକ ସହ ସଂଯୋଜକ ଶଶିଭୂଷଣ ପ୍ରହରାଜ, ସରସ୍ବତୀ ପାଲାଗୀୟିକା, ଗାୟତ୍ରୀ ପାଢ଼ୀ, ମାନସୀ ରାଣୀ ପୃଷ୍ଟି କଣ୍ଠଶିଳ୍ପୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଖୋର୍ଦ୍ଧା ର ଡିଭାଇନ ଡ୍ୟାନ୍ସ ର କଳାକାର ମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

ଡ୍ୟାନ୍ସ ସ୍କୁଲ ର ଗୁରୁ କଳ୍ପନା ମାଡାମ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉପସ୍ଥିତ ୩୦୦ ରୁ ଉର୍ଦ୍ଧ କଳାକାର ଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଶେଷରେ ରାଜ୍ୟର ବହୁ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ଓ ଖୋର୍ଦ୍ଧା ବିଧାୟକ ମାନ୍ୟବର ପ୍ରଶାନ୍ତ କୁମାର ଜଗଦେବ ଅନୁପସ୍ଥିତ ହେତୁ ତାଙ୍କର ପ୍ରତିଛବି କୁ ତାଙ୍କ ବାସଭବନ ରେ ପ୍ରଦାନ କରିବାକୁ ଡ଼. ବେହେରା ଙ୍କୁ ଦାୟିତ୍ୱ ଦିଆଗଲା ।
