କଟକ ସଦର , ୨୩/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି ସୋମବାର ଦିନ ୪୨ ମୈ।ଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର କରାଇଛନ୍ତି। ଏଥିରେ ଵିଡିଓ ରୁମନା ଜାଫ୍ରି ଙ୍କ ସମେତ ବ୍ଲକ ର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ସମସ୍ୟା ସମାଧାନ ଦିଗରେ
ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି। ଶିବିରରେ ସମସ୍ୟା ସମାଧାନ ପାଇଁ ଆସିଥିବା ଲୋକମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ତେବେ ଆଗାମୀ ଦିନରେ କେତେ ସମସ୍ୟା ସମାଧାନ ହୋଇ ଲୋକେ ସୁଫଳ ପାଇ ପାରୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।
କଟକ ସଦର ବିଧାୟକ ଙ୍କ ବ୍ଲକ୍ ସ୍ତରୀୟ ଜନଶୁଣାଣୀ, ନାହିଁ ନଥିବା ଭିଡ
