ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

ବାଲିଗୁଡା,୨୫/୦୨/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ ର ଏକ ଜରୁରୀ କାଳୀନ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ପ୍ରଥମେ ସଂଘ ର ବାର୍ଷିକ ବିବରଣୀ ପଠନ ସହ ଆୟବ୍ୟୟ ର ସମୀକ୍ଷା କରାଯାଇ ଉପସ୍ଥାପନ କରାଯାଇଥିଲା ।

ସଂଘର କାର୍ଯ୍ୟକର୍ତ୍ତା ଙ୍କ ନିଷ୍ପତ୍ତି ପ୍ରକାରେ ସଂଘ କୁ ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାବତ ପ୍ରଧାନ, ଉପସଭାପତି ଭାବେ ଶ୍ରୀମତୀ ରଶ୍ମିତା ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଭାବେ ଜୟ ପ୍ରକାଶ ପ୍ରଧାନ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବେହେରା, ଉପ ସମ୍ପାଦକ ଭାବେ କଳା ଶ୍ରୀମୁଖ ପୂଜାରୀ, ସାଙ୍ଗଠନିକ ସମ୍ପାଦକ ଭାବେ ରବିନ୍ଦ୍ର ପାଣିଗ୍ରାହୀ, ଏବଂ ଉପଦେଷ୍ଟା ମଣ୍ଡଳୀରେ ସୁରେଶ ଚନ୍ଦ୍ର ଦାସ, ପଦ୍ମ ଚରଣ ତ୍ରିପାଠୀ, ସନାତନ ପରିଛା, ରାଜୁ ଦିଗାଳ ଙ୍କ ସମେତ ପ୍ରତ୍ୟେକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କର୍ମୀ ମାନଙ୍କୁ ନିଜ ନିଜର କ୍ଲଷ୍ଟର ର ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି ।  ଶେଷରେ ଯୁଗ୍ମ ସଂଯୋଜକ ଉତ୍କଳ କେଶରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *