ମାର୍ଶାଘାଇ ମହାବିଦ୍ୟାଳୟରେ କନିଷ୍ଠ କିରାଣୀଙ୍କର ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନ

କେନ୍ଦ୍ରାପଡ଼ା, ୧୧/୯/୨୦୨୪ (ଓଡ଼ିଶା ସମାଚାର)-ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ୪୨୦ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ମହାବିଦ୍ୟାଳୟର କନିଷ୍ଠ କିରାଣୀ ଅରୁଣ କୁମାର ରଥ ମହାବିଦ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିରହିଛନ୍ତି । କାରଣ ଶ୍ରୀ ରଥଙ୍କ ପଦବୀରେ ୪୨୦ ମହାଶୟା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ଦେଇଛନ୍ତି ।  ତାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ତାଙ୍କ ପଦବୀକୁ ସ୍ଥାୟୀ କରିଦେଇଛନ୍ତି । ଅପରପକ୍ଷରେ ଶ୍ରୀ ରଥ ୧୯୯୪ମସିହାରୁ କଲେଜରେ କାର୍ଯ୍ୟରତ ଥିଲେ ମଧ୍ୟ ୪୨୦ ମହାଶୟା ତାଙ୍କ ପଦବୀକୁ ରଦ୍ଧ କରିଦେଇଛନ୍ତି । ଏହାର ଭିତିରି କାରଣ ହେଉଛି ୪୨୦ ମହାଶୟା ୨୦୦୮ ମସିହାରେ କଲେଜରୁ ତଡା ଖାଇଥିଲେ । କାରଣ ସେତେବେଳେ ମଧ୍ୟ ସେ କଲେଜର ଅଧ୍ୟକ୍ଷ ଦାୟୀତ୍ୱରେ ବସିଥିଲେ । କିନ୍ତୁ ସୂଚାରୂ ରୂପେ କଲେଜ ଚଳାଇ ପାରିଲେ ନାହିଁ । ଏହା ଅନୁଭବ କରିବାରୁ ସରକାର ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ । ମାର୍ ମାର୍ ଭଣ୍ଡାରିଆକୁ ମାର ନୀତିରେ ୪୨୦ ଅଧ୍ୟକ୍ଷା କାହାକୁ ବଳି ପକାଇବେ ସେ ଯୋଜନା କରିଥିଲେ । କେହି ନମିଳିବାରୁ ଶେଷରେ ଜଣେ ଗରୀବ କର୍ମଚାରୀ ଶ୍ରୀ ରଥଙ୍କୁ ବଳି ପକାଇଛନ୍ତି । ଶ୍ରୀ ରଥ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ପରିବାର ପେଟରେ ଲାତ ମାରିଛନ୍ତି ୪୨୦ ଅଧ୍ୟକ୍ଷା । ଅପରପକ୍ଷରେ ମହାବିଦ୍ୟାଳୟକୁ ଗୁରୁବାର ଆସୁଛନ୍ତି ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ । ବିଧାୟକ ଡ. ନାୟକଙ୍କୁ ୪୨୦ ଅଧ୍ୟକ୍ଷାଙ୍କ କାରନାମା ବିଷୟରେ ଅନଶନରତ କନିଷ୍ଠ କିରାଣୀ ଶ୍ରୀ ରଥ ଫୋନ ଯୋଗେ ସମସ୍ତ ବିଷୟ ଅବଗତ କରାଇଛନ୍ତି । ତେଣୁ ବିଧାୟକ ଡ. ନାୟକ ଅନ୍ ଦି ସ୍ପଟ୍ ଏହି ମାମଲାର ବିଚାର କରିବେ । ୪୨୦ ଅଧ୍ୟକ୍ଷାଙ୍କୁ କିପରି ପାନେ ଦିଆଯିବ ଓ ଅରୁଣ କିପରି ନ୍ୟାୟ ପାଇବ ତା’ର ଫଇସଲା ବିଧାୟକ ଡ. ନାୟକ କରିବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *