ପୂର୍ବତନ ବିଧାୟକଙ୍କ ପତ୍ନୀ ପ୍ରମିଳା ରାଉତଙ୍କ ପରଲୋକ

କେନ୍ଦ୍ରାପଡ଼ା, ୧୮/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣି ରାଉତଙ୍କ ଧର୍ମପତ୍ନୀ ପ୍ରମିଳା ରାଉତଙ୍କର ୮୪ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବୁଧବାର ଅପରାହ୍ନରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ରାଜେନ୍ଦ୍ର ଓ ସଞ୍ଜୟଙ୍କ ସମେତ ବନ୍ଧୁ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଟ ଭାଷୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମର ଶରୀରକୁ କେନ୍ଦ୍ରାପଡା ସହରର ହଜାରିବଗିଚାସ୍ଥିତ ବାସଭବନକୁ ଅଣାଯାଇଥିଲା । ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ନଗରପାଳ ମନୋରଞ୍ଜନ ମହାନ୍ତି, ସୈାମେନ୍ଦ୍ର ପୃଷ୍ଟି, ନିଳିନୀ ବିହାରୀ ମହାନ୍ତି, ହିବଜୁର ରହେମାନ୍, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, କମଳାକାନ୍ତ ବେହେରା, ଉମାଶଙ୍କର ଜେନା, ରାଖାଲ ଶେଖର ଦାସ, ସମ୍ବିତ ଶ୍ରୀଚନ୍ଦନ, ହିମାଂଶୁ ପଣ୍ଡା, ଗୋଲେଖ ପଢିଆରୀ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ସାମ୍ବାଦିକ ପରେଶ ଦାସ, ସମାଜସେବୀ ପ୍ରଦିପ ଦାସ, ଗୌରାଙ୍ଗ ବେହେରା, କାଉନସିଲର ସେକ ଚାନ୍ଦ, ସୟଦ ଅବଦୁଲ ସତାର, ସାବିର ଖାନ,ଜ୍ୱାଇଁ ଅକ୍ଷୟ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ହଜାରିବଗିଚାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମଧ୍ୟମପୁତ୍ର ରାଜେନ୍ଦ୍ର ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *