ରାଉରକେଲା ,୧୪/୯/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ ) – ଆସନ୍ତା ୧୭ ତାରିଖରୁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ଉକ୍ତଦିନ ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏହି ଯୋଜନାର ଶୁଭ ଉଦଘାଟନ କରିବେ। ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ରହୁଥିବା ୨୧ ବର୍ଷରୁ ୬୦ ବର୍ଷ ବୟସର ସମସ୍ତ ମହିଳା ମାନଙ୍କୁ ବାର୍ଷିକ ୧୦୦୦୦ଟଙ୍କା ଆକାରରରେ ଆସନ୍ତା ୫ବର୍ଷରେ ମୋଟ ୫୦୦୦୦ ଟଙ୍କାର ଆର୍ଥିଙ୍କ ସହାୟତା ଯୋଗାଇଦିଆଯିବ । ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ମୋହନ ମାଝୀ ସରକାରଙ୍କ ଏହା ଏକ ଉତ୍ତମ ଯୋଜନା ବୋଲି କହି ଆଜି ସହରର କିଛି ମହିଳା ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ଏହି ଯୋଜନା ପାଇଁ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାକ୍ଷାତ ସମୟରେ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତି ମହିକା ମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବା ସହ ଆସନ୍ତା ଦିନରେ ସେ ସବୁ ସମସ୍ୟାର ସମାଧାନ ପାଇଁ ସେ ନିଶ୍ଚିତ ଭାବେ ପ୍ରୟାସ କରିବେ ବୋଲି ବିଧାୟକ୍ ଶ୍ରୀ ତନ୍ତୀ ସାକ୍ଷାତ କରିବାକୁ ଆସିଥିବା ମହିଳା ମାନଙ୍କୁ ପ୍ରତିଶୃତି ଦେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।