ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ – ୩କୋର୍ଟ ଚାଲାଣ

ଜୁନାଗଡ଼,୧୪/୯/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଗତ ୧୦/୪/୨୪ ଦିନ ଭବାନୀପାଟଣା ଏକ୍ସିସ ବେଙ୍କ ର ସୁଶାନ୍ତ କୁମାର ନାଏକ ନାମକ ଏକ କର୍ମଚାରୀ ଏବଂ ତାଙ୍କ ସହକର୍ମୀ ଲୋନ ଟଙ୍କା କଲେକସନ ପାଇଁ ଜୁନାଗଡ଼ ବ୍ଲକ ର ନାନ୍ଦୋଲ, କେନ୍ଦୁପାଟି ଅଂଚଳ କୁ ଯାଇଥିଲେ । ଅପରାହ୍ନ ୪ଟା ସମୟ ରେ ଲୋନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ତଲ ଜାରିଙ୍ଗ ରେଲୱେ ଅଣ୍ଡର ବ୍ରିଜ ନିକଟରେ ୭ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ, ମାଡ଼ ମାରିବା ସହ ସଂଗ୍ରହ କରିଥିବା ୧ଲକ୍ଷ୍ୟ ୮୬ହଜାର ଟଙ୍କା ଲୁଟ କରି ନେଇଯାଇ ଥିଲେ । ଏନେଇ ସୁଶାନ୍ତ ନାଏକ ଜୁନାଗଡ଼ ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତ ରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଶୁକ୍ରବାର ଦିନ ଜୁନାଗଡ଼ ଥାନା ଅଧିକାରୀ ନିଜ ଟିମ ସହ ୩ ଜଣ ଲୁଟେରା ଙ୍କୁ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଗିରଫ ଲୁଟେରା ଙ୍କ ଠାରୁ ଗୋଟିଏ ଗ୍ଲେମର ବାଇକ, ୩ଗୋଟି ମୋବାଇଲ ଫୋନ ଏବଂ ୬୫ହଜାର ଟଙ୍କା ଯବତ କରିବା ସହ ୩ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *