ସମ୍ବଲପୁର, ୦୮/୯/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ନୂଆଁଖାଇ ଅବସର ରେ ସି ଏମ କିଷାନ ସହାୟତା କାର୍ଯ୍ୟକ୍ରମ ଏବଂ ପି ଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେବାପାଇଁ ସମ୍ବଲପୁର ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ପ୍ରଥମେ ଚାଷୀକୂଳ ର ସମୃଦ୍ଧି ଏବଂ ଓଡ଼ିଶା ବାସୀ ଙ୍କ କଲ୍ୟାଣ ପାଇଁ ମା ସମଲେଇ ଙ୍କୁ ଦର୍ଶନ କରି ଆଶିର୍ବାଦ ନେବେ।
ଅପରାହ୍ନ ୪.୩୦ ରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ Auditorium ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନା ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।