ରାଉରକେଲା, ୦୬/୯/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ) -ଦେବକୀ ବିଶୋଇ ଙ୍କ ଆବାହକତ୍ୱ ରେ ସେକଟର ୨୦ରେ ଥିବା କମ୍ୟୁନିଟି ସେଣ୍ଟ ର ଠାରେ ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ର ରେ ଗୁରୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ଯୋଗ ପ୍ରଶିକ୍ଷିକା ରେଣୁ ତନ୍ତୀ ଓ ଜ୍ୟୋତ୍ରୀମୟୀ ପାଣିଗ୍ରାହୀ ଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ ପ୍ରଶିକ୍ଷିକା ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଯୋଗ ଶୀକ୍ଷା ମଣିଷ ଙ୍କୁ ସୁସ୍ଥ, ସବଳ, ନିରୋଗ ରଖିବା ସହ ସମାଜ ର ସେବା କରିବାକୁ ପ୍ରେରଣା ଯୋଗାଇ ଥାଏ । ଆଧୁନିକ ଯୁଗ ରେ ଯେ ଯୋଗ ପ୍ରତି ଗୁରୁତ୍ୱ ଦିଆ ଯାଉଛି ତାହା ନୁହଁ ,ଯୋଗ ବହୁତ ପ୍ରାଚୀନ କାଳରୁ ରହି ଆସିଛି । ସୁସ୍ଥ ଜୀବନ ପାଇଁ ଯୋଗ ଶିକ୍ଷା ର ଆବଶ୍ୟକତା ରହିଛି । ଯୋଗ ଦ୍ୱାରା ଶରୀରର ଅଙ୍ଗ ପ୍ରତାଙ୍ଗ ରେ ରକ୍ତ ସଂଚାଳନ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପାଦନ ହେବା ସହ ମାନସିକତା ର ବିକାଶ ହୋଇ ଥାଏ ।
ଏହି ଯୋଗ କେନ୍ଦ୍ର କୁ ଦୀର୍ଘ ୫ ବର୍ଷ ହେଲାଣି । ସନ୍ଧ୍ୟା ୪/୩୦ରୁ ୬ ଟା ପର୍ୟ୍ୟନ୍ତ ମହିଳା ମାନଙ୍କୁ ନିଃଶୁଳ୍କ ଯୋଗ ଶିକ୍ଷା ଦିଆ ଯାଏ । ଏହି କାର୍ୟ୍ୟକ୍ରମ ରେ ସନ୍ଧାରଣୀ ପାତ୍ର, ମଧୁସ୍ମିତା ରଥ, ଅଞ୍ଜଳି ଜେନା, ନନ୍ଦିତା କୁମ୍ଭାର, ଶୈଳେନ୍ଦ୍ରି କୁମ୍ଭାର, ମମତା କେରକେଟା, ମଞ୍ଜୁଲତା ସାହୁ ସହଯୋଗ କରିଥିଲେ । ଶେଷରେ ଦେବକୀ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ସାନ୍ଧ୍ୟକାଳୀନ ଯୋଗ ଶିକ୍ଷା କେନ୍ଦ୍ର ରେ ଗୁରୁ ଦିବସ ପାଳନ
