ନିରାକାରପୁର, ୦୭/୧୨/୨୦୨୩ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ନିରାକାରପୁର ପୁଲିସ ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକର ଅନତି ଦୂରରୁ ଏଚଆର -୫୫-ଏମ-୪୫୮୬ ନମ୍ବର ବିଶିଷ୍ଟ ଏକ ମଇଁଷି ବୋଝେଇ କଣ୍ଟେନର ଆସୁଥିବା ନେଇ ନିରାକାରପୁର ପୁଲିସ ସୂଚନା ପାଇଥିଲା । ନିରାକାରପୁର ଥାନା ଅଧିକାରିଣୀ ସୁଚିତ୍ରା ଜେନାଙ୍କ ନିର୍ଦ୍ଧେଶରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପୁଲିସ ପକ୍ଷରୁ ତଦନ୍ତବେଳେ ଉକ୍ତ ମଇଁଷି ଗୁଡିକୁ ଅତି ନିର୍ମମ ଭାବରେ ବନ୍ଧା ଯାଇ ବାହାରକୁ ଚୋରା ଚାଲାଣ କରାଯାଉଥିବା ନେଇ ପୁଲିସ ସଂନ୍ଦେହ କରୁଛି । ଗିରଫ ଭୟରେ କଣ୍ଟେନର ଚାଳକ ଗିରଫ ଭୟରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି ।
ଉକ୍ତ କଣ୍ଟେନରରେ ଥିବା ୫୬ଟି ମଇଁଷିକୁ ବୋଲଗଡ଼ସ୍ଥିତ ଜସ୍ୱିନୀ ଗୋଶାଳାରେ ଛଡ଼ାଯାଇଛି । ଏନେଇ ନିରାକାରପୁର ଥାନାରେ ୩୧୧/୨୩ରେ ଏକ ମୋକଦମା ରୁଜୁ ହୋଇଛି । ଉକ୍ତ ମଇଁଷି ଗୁଡିକ କେଉଁଠାରୁ ଅଣାଯାଇ କେଉଁଆଡେ ନିଆ ଯାଉଥିଲା ସେ ନେଇ ତଦନ୍ତ ଚାଲୁଥିବା ନିରାକାରପୁର ଥାନାର ସବଇନ୍ସପେକ୍ଟର ଦୀପାଳିଶା ନାୟକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟକି ଗତ ୨ମାସ ମଧ୍ୟରେ ଉଭୟ ଜଙ୍କିଆ ଓ ନିରାକାରପୁର ଥାନା ଅଞ୍ଚଳରୁ ୩ଟି ଗୋରୁ ବୋଝେଇ ଟ୍ରକ ଜବତ ସହ ସଂଖ୍ୟାଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଗୋଶାଳାରେ ଛଡା ଯାଇଥିବା ନଜିର ରହିଛି । ତେବେ ଚୋରା ଗୋରୁ ବେପାରୀଙ୍କ ପାଇଁ ଜାତୀୟ ରାଜପଥ ଏବେ ଭୁସ୍ୱର୍ଗ ପାଲଟିଥିବା ଜଣା ଯାଇଛି । ତେଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାକୁ କିଛି ପରିମାଣରେ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
