କେନ୍ଦ୍ରାପଡ଼ା,୨୯/୮/୨୦୨୪(ଓଡ଼ିଶା ସମାଚାର)- ସ୍ୱାୟତ ଶାସନ ଦିବସ ଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଟାଉନ ହଲରେ ଗତ ୨୬ ତାରିଖରୁ୨୮ତାରିଖ ପର୍ଯ୍ୟନ୍ତ ବକ୍ତୃତା, ଚିତ୍ରାଙ୍କନ ଓ ନୃତ୍ୟ ବିଭାଗରେ ଜିଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁଙ୍କ ଉପସ୍ଥିତି ଓ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗୀତା ସମ୍ପର୍ଣ୍ଣ ହୋଇଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୩୧ତାରିଖ ସଂଧ୍ୟାରେ ଅନୁଷ୍ଠିତ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।