କେନ୍ଦ୍ରାପଡା ଅର୍ବାନବ୍ୟାଙ୍କରେ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୧/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ଅବସର ଗ୍ରହଣ କରିଥିବା ସହକାରୀ ମ୍ୟାନେଜର ବ୍ରଜ କିଶୋର ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ଉପଲକ୍ଷେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ସି.ଇ.ଓ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ମ୍ୟାନେଜର ରିକଭରୀ ହିମାଂଶୁ ଶେଖର ଲେଙ୍କା, ମ୍ୟାନେଜର ଅଡିଟ୍ ଲଲାଟେଦୁ କେଶରୀ ଦାସ, ସହକାରୀ ମ୍ୟାନେଜର ଭଞ୍ଜ କିଶୋର ଜେନା, ସୁକାନ୍ତ କୁମାର କର, ସଂଙ୍ଗୀତା ନାୟକ, ସସ୍ମିତା ବିଶ୍ୱାଳ, ମ୍ୟାନେଜର ଆଇ.ଟି. ଆଦିତ୍ୟ ଶତପଥି, ବ୍ୟାଙ୍କିଙ୍ଗ ଆସିଷ୍ଟାଂଟ ସନ୍ତୋଷ କୁମାର ରାଉତ, ରେକଡ୍ କିପର ଉତମ ଚରଣ ନାୟକ, ପ୍ରମିଳା ସେଠୀ, ବ୍ୟାଙ୍କ ଡ୍ରାଇଭର ତ୍ରିଲୋଚନ ମଲ୍ଲିକ ପ୍ରମୁଖ ସହକାରୀ ମ୍ୟାନେଜର ଶ୍ରୀ ମହାନ୍ତିଙ୍କୁ ଶ୍ରୀବଳଦେବଜୀୟୁଙ୍କ ଫଟୋଚିତ୍ର, ପୁଷ୍ପଗୁଚ୍ଛ, ଉତରୀୟ ଓ ଟ୍ରଲିବ୍ୟାଗ୍ ପ୍ରଦାନ ପୂର୍ବକ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ଅବସରରେ ସଭାପତି ଗୁରୁ ପ୍ରଦାସ ମହାନ୍ତି ଏକ ବର୍ତାରେ ଅବସରପ୍ରାପ୍ତ ଶ୍ରୀ ମହାନ୍ତିଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *