କେନ୍ଦ୍ରାପଡ଼ା, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରପଡ଼ା ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ଦାସ ଗୁରୁପୂଜନ ଉତ୍ସବ ଉପରେ ସ୍ୱାଗତ ଭାଷଣ ଦେଇଥିଲେ ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମିହିର କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବାଗ୍ମୀ ଓ ସମାଜସେବୀ ପ୍ରଶାନ୍ତ କୁମାର ଶତପଥୀ,ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ପ୍ରଫେସର ସରୋଜ କୁମାର ନାୟକ, ବିଶିଷ୍ଟ ବକ୍ତା ଭାବେ ବ୍ୟଙ୍ଗ କବି ସମ୍ପଦ କୁମାର ରଥ, ସମ୍ମାନୀତ ଅତିଥି ଭାବେ ବିଶ୍ୱଦେବ ସମାଜସେବା ସଭାପତି ସୁଶାନ୍ତ କୁମାର ଶତପଥୀ ଓ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁଙ୍କ କର୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଗୁରୁମାନଙ୍କୁ ପୂଜନ କରାଯାଇଥିଲା । ଧୂପ ଦୀପ ଦେଇ ବନ୍ଦାପନା କରିଥିଲେ ପଦ୍ମାଳୟା ସାହୁ, ବନିତା ନାୟକ, ବବିନା ପଟ୍ଟନାୟକ, ରଶ୍ମିତା ସାମନ୍ତ ସିଂହାର ପ୍ରମୁଖ । ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା କୀର୍ତନ ପରିବେଷଣ କରାଯାଇଥିଲା । ଓଡ଼ିଶାରୁ ୨ଶହ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥାପକ ଭାବେ ପ୍ରଦୀପ କୁମାର ବିହାରୀ କାର୍ଯ୍ୟ ନିର୍ବାହ କରିଥିବା ବେଳେ କଳାକାର ନିରାକାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପରିଡ଼ା, ବିଜୟ କେତନ ସାହୁ, ଗାୟତ୍ରୀ ଗୀତାଞ୍ଜଳି ଦାସ, ଅନୀଲ କୁମାର ବାରିକ, ଥବିର ପ୍ରସାଦ ବିଶି, ଅମିତ କୁମାର ପ୍ରଧାନ ଓ ରଶ୍ମିପ୍ରଭା ସାହୁ ପ୍ରମୁଖ ।
