କେନ୍ଦ୍ରାପଡ଼ା, ୨୨/୮/୨୦୨୪ (ଓଡ଼ିଶା ସମାଚାର)- ସଂସ୍କୃତ ଭାରତୀ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଜିଲା ଶାଖା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ମାନଙ୍କ ଦ୍ୱାରା ବଳଦେବ ସହସ୍ରନାମ ପାଠ କରାଯାଇଥିଲା । ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି । ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ସଂସ୍କୃତ ଦିବସ ରୂପେ ଭାରତ ସରକାର ଘୋଷଣା କରିଥିଲେ । ସଂସ୍କୃତ ଭାଷାର ମହତ୍ୱ, ଅଧ୍ୟୟନ ଓ ବ୍ୟବହାର ପ୍ରତି ସଚେତନ ହେବାକୁ ସଂସ୍କୃତ ଭାରତୀ ଜିଲା ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି ମନ୍ତବ୍ୟ ରଖିଥିଲେ । ପଣ୍ଡିତ ସତ୍ୟନାରାୟଣ ପତି, ମାଧବ ଚନ୍ଦ୍ର ପତ୍ରୀ, ଅବଧୂତ ରାଉତ, ତପନ ଦାଶ, ନୃସିଂହ ଚରଣ ତ୍ରିପାଠୀ, ଉମାକାନ୍ତ ପତି, ଅଧ୍ୟାପକ ଭଗବାନ ପତ୍ରୀ ପ୍ରମୁଖଙ୍କ ସମେତ ଜିଲାର ବହୁ ପଣ୍ଡିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।