ବନ୍ଧୁକ ମୁନରେ ୪ ଲକ୍ଷ ଟଙ୍କା ଲୁଟ

ସୁନ୍ଦରଗଡ, ୨୧/୮/୨୦୨୪ (ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ୪ ଲକ୍ଷ ଟଙ୍କା ଲୁଟ। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଡୁଡୁକା ବସ୍ତିରେ ସଶସ୍ତ୍ର ଲୁଟ ଅଭିଯୋଗ ହୋଇଛି । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ଜନସେବା କେନ୍ଦ୍ରରୁ ଲୁଟିନେଲେ ୪ ଲକ୍ଷ ଟଙ୍କା ।ମିଳିଥିବା ସୂଚନା ମୁତାବକ ସୁନ୍ଦରଗଡ ହେମଗିରି ଥାନା ଡୁଡକା ବସ୍ତିରେ ଥିବା ଜନସେବା କେନ୍ଦ୍ରରୁ ସଶସ୍ତ୍ର ଲୁଟ ହୋଇଛି । କେନ୍ଦ୍ର ରେ ପରିଚାଳକ ବସି ଗ୍ରାହକଙ୍କ କାମ କରୁଥିବାବେଳେ ହଠାତ ଗୋଟିଏ ବାଇକରେ ତିନି ଜଣ ମୁଖା ପିନ୍ଧା ଯୁବକ ଆସି ବନ୍ଧୁକ ମୁନରେ ଟଙ୍କା ସବୁ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ହେମଗିରି ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *