ଭୁବନେଶ୍ୱର, ୧୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଶ୍ରୀମତୀ ଝିଙ୍କିଆ ଓରାମ ଜଣେ ଅତ୍ୟନ୍ତ ମିଷ୍ଟଭାସି, ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ଏହି ଦୁଃଖଦ ସମୟକୁ ସାମ୍ନା କରିବାକୁ ଭଗବାନ ତାଙ୍କ ପରିବାର ଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।
ଏହି ଅବସରରେ ଶ୍ରୀମତୀ ପାଢ଼ୀ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।