ନିରାକାରପୁର, ୦୪/୧୨/୨୦୨୩(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବକୁ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନା ଚକ୍ରରେ ପରସ୍ପର ଭାବ ବିନିମୟ କରିବା ସହିତ ପଶ୍ଚିମ ବଙ୍ଗଳା ମାୟାପୁରୀର ମୁଖ୍ୟ ଶ୍ରୀ ଶ୍ରୀ ପୁରୁଷୋତ୍ତମ ମହାରାଜ ଯୋଗଦେଇ ଧା୍ର୍ମ ଓ ଆଧ୍ୟାତ୍ମିକ ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ ଅବକ୍ଷୟମୁଖୀ ସନାତନ ଧର୍ମ ଓ ସଂସ୍କୃତିର କିଭଳି ସୁରକ୍ଷିତ ହୋଇ ପାରିବ ସେ ବିଷୟରେ ବରିଷ୍ଠ ଆଇନଜୀବି ଶକ୍ତି ଶଙ୍କର ମିଶ୍ର ପ୍ରଭୃତି ନିଜ ନିଜର ମତବ୍ୟକ୍ତ କରିଥିଲେ ଏବଂ ପ୍ରସାଦ ସେବନ ପୂର୍ବକ ଆନନ୍ଦ ଉପଭୋଗ କରିଥିଲେ। ମା ବନଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରି ବିଶ୍ବର କଲ୍ୟାଣ ମନାସି ଥିଲେ ।