ଋଣ ଖିଲାପିକାରୀଙ୍କ ଜମି ଓ କୋଠା ଜବତ କରି ସିଲ୍ କଲେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତୃପକ୍ଷ

କଟକ ସଦର, ୭/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମପୁର ଶାଖାର ୧ କୋଟି ୨୪ ଲକ୍ଷ ୩ ହଜାର ୭ ଶହ ୧୦ ଟଙ୍କା ଋଣ ଖିଲାପ କରିଥିବା କମରପଦା ଅଞ୍ଚଳର ଜନୈକ ସ୍ୱର୍ଗତ ରବିନ୍ଦ୍ର କୁମାର ସେଠୀଙ୍କ କମରପଦା ଵଜାରରେ ଥିବା ଜମି ଓ କୋଠାକୁ ଆଜି ବୁଧବାର ଦିନ ଵ୍ୟାଙ୍କ କତୃପକ୍ଷ ଜବତ କରି ସିଲ୍ କରିଥିବା ଜଣାପଡିଛି। ପ୍ରକାଶ ଯେ ବାରମ୍ବାର ନୋଟିସ ପରେ ମଧ୍ୟ ଖିଲାପିକାରୀଙ୍କ ପକ୍ଷରୁ କୈ।ଣସି ପ୍ରତିଶ୍ରୁତି ନମିଳିବା ଯୋଗୁଁ ତିନିମାସ ତଳେ ଉକ୍ତ ସମ୍ପତ୍ତି ଓ କୋଠା ସଵୁକୁ ନିଲାମ କରାଯାଇ ଘର ଭିତରେ ଥିବା ଜିନିଷପତ୍ର ସବୁକୁ କାଢ଼ିନେବା ପାଇଁ ନୋଟିସ ଦିଆଯାଇଥିଲା। ଏଥିରେ କିଛି ପରିବର୍ତନ ନହେବାରୁ ଆଜି ବ୍ୟାଙ୍କ ପକ୍ଷରୁ ବନ୍ଧକ ଥିବା କିଶନନଗର ତହସିଲ ତଥା ଯଶପଡା ଆର୍ ଆଇ ସର୍କଲ ଅଧିନସ୍ଥ କମରପଦା ମୈ।ଜାର ପ୍ଲଟ୍ ନମ୍ବର ୧୩୮୮,୧୩୮୯/୧୫୯୮ ଏଵଂ ୧୩୮୯(ଚକ ନଂ ୩୯୮) ଖାତା ନଂ ୪୯୩/୨୯ ଏଵଂ ୨୫୯ ରକଵା ଏ ୦.୬୧ ଡିସିମିଲ ଜମି ଓ ଜମି ଉପରେ ଥିବା କୋଠାକୁ ଜବତ କରାଯାଇ ସିଲ୍ କରାଯାଇଛି। ଏହା ପରେ ଖୁବ୍ ଶିଘ୍ର ନିଲାମ ଧାରୀଙ୍କ ନାଁ ରେ ବ୍ୟାଙ୍କ୍ କର୍ତୃପକ୍ଷ ଉକ୍ତ ସମ୍ପତ୍ତି ରେଜିଷ୍ଟ୍ରି କରି ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଆଜିର ଏହି କାର୍ୟ୍ୟକ୍ରମରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିଶନନଗର ତହସିଲର ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, କିଶନନଗର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସହ ସସସ୍ତ୍ର ପୋଲିସ ଵଳ ସଜାଗ ରହିଥିଲେ।

Leave a Reply

Your email address will not be published. Required fields are marked *