କେନ୍ଦ୍ରାପଡ଼ା,୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୬ତମ ଶ୍ରାଦ୍ଧଦିବସ ଅବସରରେ ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଅବସରପ୍ରାପ୍ତ ଜିଲାଜଜ କୁଞ୍ଜବିହାରୀ ସ୍ୱାଇଁ ମୁଖ୍ୟ ଅତିଥି, ସ୍ତମ୍ବକାର ତଥା ସାମ୍ବାଦିକ ଦିଲ୍ଲିପ କୁମାର ବିଶୋଇ ବିଶିଷ୍ଟ ଅତିଥି, ବିଶିଷ୍ଟ କବି ନିରାକାର ଦାସ ସମ୍ମାନୀତ ଅତିଥି ଓ ଡ. ବାସନ୍ତୀ ମହାନ୍ତି ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଦୀର୍ଘ ୫ଦଶନ୍ଧି ଧରି ଜିଲାରେ ପୂଜ୍ୟପୂଜାର ପରମ୍ପରାକୁ ଉଦ୍ଜିବିତ କରି ରଖିବା ଏବଂ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନଙ୍କୁ ଆଗାମୀ ଭବିଷ୍ୟତଙ୍କ ସହ ପରିଚିତ କରାଇବାରେ ଜିଲା ପ୍ରତିଭା ପୂଜା ସଂସଦ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ସଂସଦର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରସଂଶା କରି ପୂର୍ବତନ ସାଂସଦ ସ୍ୱର୍ଗତ ଭୂୟାଁଙ୍କ ଗୁଣାବଳୀ ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଭୂୟାଁ ତାଙ୍କ ରାଜନୈତିକ ଜୀବନରେ ସାଲିସ ବିହୀନ ରାଜନୀତି କରୁଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ସମ୍ପାଦକ ସୁଶିଲ ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଜାଗୃତୀ -୨ର ଅଧିକ୍ଷିକା ମିନତୀ ମହାରଣା, ସମାଜସେବୀ ଶ୍ରୀନିବାସ ପ୍ରଧାନଙ୍କୁ ଗୟାଚାନ୍ଦ ଭୂୟାଁ ସ୍ମାରକୀ ସମ୍ମାନ ଏବଂ କୋରୁଆ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଜାଗୃତି-୨ର ଅନ୍ତେବାସୀ ଶିବାନୀ ଦାସ ଓ ମଞ୍ଜୁଳା ନାୟକଙ୍କୁ ଗୟାଚାନ୍ଦ ଭୂୟାଁ ସ୍ମାରକୀ ଫଳକ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମହାନ୍ତି, ସାମ୍ବାଦିକ ପରେଶ ଦାସ, ଜଗତଜୀବନ ଦାଶ, ରମଣୀରଞ୍ଜନ ରାଉତରାୟ, ବିଧୁଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ପ୍ରମୋଦ ମହାପାତ୍ର, ସନ୍ତୋଷ ବେହେରା, ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ମାଧବ ଦାସ, ଡ. ଚୈତନ୍ୟ ଚରଣ ପରିଡା, ଗୋଲେଖ ପଢିଆରୀ, ନିରଞ୍ଜନ ସାହୁ, ବିଶ୍ୱଜିତ ପରିଡା, ନାରାୟଣ ସାହୁ, ଧରଣୀଧର ସୁଆର, ଶରତଚନ୍ଦ୍ର ଧଳ, ଉମେଶ ଚନ୍ଦ୍ର ନାୟକ, ବିକାଶ ସ୍ୱାଇଁ, ନଳିନୀବାହାରୀ ମହାନ୍ତି, ସୁବାଷ ପାତ୍ର, ଭରତ ଦାସ, ପ୍ରଫୁଲ୍ଲ ସାହୁ, ସୁଶ୍ରୀ ସ୍ୱପ୍ନାରାଣୀ ସିଂ, ଶିକ୍ଷକ ଗୋଲଖ ଚନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ନାୟକ, ନାରାୟଣ ସାହୁ, କୁଳମଣୀ ନାୟକ, ହିସାନା ବିବି, ସୟଦ ଇସମାଇଲି ଏବଂ ସ୍ୱର୍ଗତ ଭୂୟାଁଙ୍କ ପୁତ୍ର ଇଂ ବିରାଜ ଭୂଷଣ ଭୂୟାଁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂସଦର ସଂଯୋଜକ ମୁକ୍ତାର ଖାଁ ଅତିଥି ପରିଚୟ, ପ୍ରଫୁଲ୍ଲ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଫକିର ଚରଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା:ସ୍ୱର୍ଗତ ଭୂୟାଁ ସାଲିସ ବିହୀନ ରାଜନେତା ଥିଲେ
