ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସ୍ ପକ୍ଷରୁ ଭୁବନେଶ୍ୱରେଏହାର ଫ୍ଲାଗସିପ୍ ଷ୍ଟୋରର ଭବ୍ୟ ଶୁଭାରମ୍ଭ ସହ ପାର୍ବଣଋତୁର ଆରମ୍ଭ

ଅଭନେତ୍ରୀରକୁଲ ପ୍ରୀତସିଂବ୍ରାଣ୍ଡର ଫ୍ଲାଗସିପ ଜନପଥ ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି, ଯେଉଁଠାରେ ପାର୍ବଣଋତୁ ପାଇଁ ଡ଼ାଇମଣ୍ଡଜୁ ଏଲାରୀର ଏକ ଆକର୍ଷଣୀୟ ପରିସରଏବଂହାଲୁକା ଓଜନର ସୁନା ଡ଼ିଜାଇନ ପ୍ରଦର୍ଶିତ ହେଉଛି
ଭୁବନେଶ୍ୱର,୧୯/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆଖାଇ ଓ ଗଣେଶ ପୂଜା ଠାରୁ ଆରମ୍ଭ କରି ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ ଦୀପାବଳି ପର୍ଯ୍ୟନ୍ତ ପାର୍ବଣ ଋତୁକୁ ସ୍ୱାଗତ କରିବା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବାବେଳେ, ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସ୍ ଭୁବନେଶ୍ୱରରେ ଏହାର ଫ୍ଲାଗସିପ ଜନପଥ ଷ୍ଟୋରର ଭବ୍ୟ ଶୁଭାରମ୍ଭ ସହ ଉତ୍ସବ ଆରମ୍ଭ କରିଛି ।ଏହି ଷ୍ଟୋରକୁ ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତସିଂ ଉଦ୍ଘାଟନ କରିଛନ୍ତି ।ଏହି ଅବସର ପାର୍ବଣର ଚମକ, କାଳଜୟୀ କାରିଗରୀ ଏବଂ ଆଧୁନିକ ଡ଼ିଜାଇନକୁ ଏକାଠି କରିଛି, ଯାହା ଗ୍ରାହକ ମାନଙ୍କୁ ଚଳିତ ଋତୁର ସବୁଠାରୁ ଆଦୃତ ଜୁଏଲାରୀ ଟ୍ରେଣ୍ଡସର ଏକ ଝଲକ ପ୍ରଦାନ କରୁଛି । ଏଥିରେ ବିବାହ ଓ ଉତ୍ସବ ମାନଙ୍କ ପାଇଁ ଚମକ୍ରାର ଡ଼ାଇମଣ୍ଡ କଲେକ୍ସନ ଠାରୁ ଆରମ୍ଭ କରି ପାର୍ବଣ ପୋଷାକ, ଉପହାର ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ହାଲୁକା ଓଜନର ସୁନା ଡ଼ିଜାଇନ ସାମିଲ ରହିଛି ।

ସହିଦ ନଗରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ପ୍ରାୟ ୬୫୦୦ ବର୍ଗ ଫୁଟର ଏହି ଫ୍ଲାଗସିପ୍ ଷ୍ଟୋରକୁ ଏକ ଆକର୍ଷଣୀୟ ଜୁଏଲାରୀ ଗନ୍ତବ୍ୟ ସ୍ଥଳ ଭାବେ ଡ଼ିଜାଇନ କରାଯାଇଛି, ଯାହା ଗୋଟିଏ ଛାତ ତଳେ ସେନକୋର ସୁନା, ହୀରା ଏବଂ ପ୍ଲାଟିନମ ର ବ୍ୟାପକ ସମ୍ଭାରକୁ ଆଣିପାରିଛି । ଓଡ଼ିଶାର ଗ୍ରାହକ ମାନଙ୍କ ବଦଳୁ ଥିବା ଆଶା ଆକାଂକ୍ଷାକୁ ପ୍ରତିଫଳିତ କରି, ଏହି ଶୋ’ରୁମରେ ପାରମ୍ପରିକ ବିବାହ ଅଳଙ୍କାର ଏବଂ ସ୍ୱତନ୍ତ୍ର ଉତ୍ସବ ପାଇଁ ଡ଼ିଜାଇନ ଠାରୁ ଆରମ୍ଭ କରି ପାର୍ବଣ ଉତ୍ସବରୁ ନେଇ ଦୈନନ୍ଦିନ ଜୀବନରେ ସହଜରେ ବ୍ୟବହାର କରାଯାଇ ପାରୁଥିବା ବହୁମୁଖୀ ଆଧୁନିକ ଗହଣା ପ୍ରଦର୍ଶିତ କରାଯାଇଛି ।


ଏହି ଭବ୍ୟ ଶୁଭାରମ୍ଭ ଉତ୍ସବରେ ରକୁଲ ପ୍ରିତସିଂ (ଏବଂ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ଏମଡ଼ି ଏବଂ ସିଇଓ ସୁଭଙ୍କର ସେନ)ଙ୍କୁ ରେଡ଼ କାର୍ପେଟ ସ୍ୱାଗତ କରାଯାଇଥିଲା, ଯେଉଁଠାରେ କି ସେମାନେ ପହଞ୍ଚôବା ପରେ ଉତ୍ସାହି ଗ୍ରାହକ ଏବଂ ପ୍ରଶଂସକମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ଅଭିନେତ୍ରୀ ରକୁଲଶୋ’ରୁମର ଆନୁଷ୍ଠାନିକ ଉଦ୍ଘାଟନ କରିବା ଏବଂ ଭିତରେ ଚାଲିଥିବା ଉତ୍ସବରେ ସାମିଲ ହେବା ପୂର୍ବରୁ ଷ୍ଟୋରବାହାରେ ଏକ ସ୍ୱତନ୍ତ୍ର ମଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଉତ୍ସବକୁ ଆହୁରି ଅଧିକ ଆନନ୍ଦଦାୟକ କରି, ରକୁଲ ଗତ ଏକମାସ ମଧ୍ୟରେ ଭୁବନେଶ୍ୱର ଷ୍ଟୋରରୁ ସପିଙ୍ଗ କରିଥିବା ୧୦ଜଣ ଭାଗ୍ୟଶାଳୀ ଲକି ଡ୍ର ବିଜେତାଙ୍କୁ ୧ଗ୍ରାମର ସୁନା ପେଣ୍ଡାଣ୍ଟ ପ୍ରଦାନ କରିଥିଲେ, ଯାହା ସେନକୋ ଗ୍ରାହକଙ୍କ ପାଇଁ ଏହ ିମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା ।

ଏହି ଅବସରରେ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ଏମଡ଼ି ଏବଂ ସିଇଓ ସୁଭଙ୍କର ସେନ କହିଛନ୍ତି, “ ଆମର ଜନପଥ ଷ୍ଟୋରର ଶୁଭାରମ୍ଭ ଓଡ଼ିଶାରେ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ, ଯାହାକି ସେନକୋ ସହିତ ସର୍ବଦା ଏକ ସ୍ୱତନ୍ତ୍ର ସମ୍ପର୍କରଖି ଆସିଛି । ପାର୍ବଣ ଋତୁ ଆରମ୍ଭ ହେବା ସହିତ, ଭୁବନେଶ୍ୱରର ଗ୍ରାହକମାନଙ୍କୁ ଏଭଳି ଏକ ସ୍ଥାନ ଭେଟି ଦେଇ ଆମେ ଆନନ୍ଦିତ, ଯାହା ପ୍ରତ୍ୟେକ ଉତ୍ସବ ଏବଂ ମୁହୂର୍ତ୍ତ ପାଇଁ ଅପୂର୍ବ କାରିଗରୀ, ଚିନ୍ତାଶୀଳ ଡ଼ିଜାଇନ ଏବଂ ବ୍ୟାପକ ଶ୍ରେଣୀର ଅଳଙ୍କାର ଏକାଠି ଆଣିଥାଏ । ଏହି ରୋମାଞ୍ଚକର ନୂତନ ଅଧ୍ୟାୟ ଆରମ୍ଭ କରିବା ସହିତ ରକୁଲ ପ୍ରୀତସିଂଙ୍କୁ ସ୍ୱାଗତ କରି ଆମେ ସେତିକି ଖୁସି ।”

ଏହି ଅବସରରେ ସେନକୋ ଗୋଲ୍ଡ ଆଣ୍ଡ ଡ଼ାଇମଣ୍ଡସର ନିର୍ଦ୍ଧେଶକ ତଥା ମାର୍କେଟିଙ୍ଗ ଏବଂ ଡ଼ିଜାଇନ ମୁଖ୍ୟ ଜୋଇତା ସେନ କହିଛନ୍ତି, “ପାର୍ବଣ ଋତୁ ହେଉଛି ଅଳଙ୍କାର ପାଇଁ ସବୁଠାରୁ ରୁତ୍ୱପୂର୍ଣ୍ଣ ସମୟ, କାରଣ ଗ୍ରାହକ ମାନେ ଏହି ସମୟରେ ପରମ୍ପରା, ପାରିବାରିକ ମୁହୂର୍ତ୍ତ ଏବଂ ନୂତନ ଆରମ୍ଭର ଉତ୍ସବ ପାଳନ କରନ୍ତି । ଆମର ଜନପଥ ଷ୍ଟୋର ଓଡ଼ିଶାର ଗ୍ରାହକମାନଙ୍କ ବଦଳୁଥିବା ଆଶା ଆକାଂକ୍ଷାକୁ ପ୍ରତିଫଳିତ କରେ, ଯାହା ଦୈନନ୍ଦିନ ବ୍ୟବହାର ଠାରୁ ଆରମ୍ଭ କରି ବଡ ÿଉତ୍ସବ ପର୍ଯ୍ୟନ୍ତ ସହଜ ରେଖାପ ଖାଇବାଭଳି ଡ଼ିଜାଇନ ପ୍ରଦାନ କରିଥାଏ ।ରକୁଲ ପ୍ରୀତସିଂଏବଂ ଭୁବନେଶ୍ୱରର ଗ୍ରାହକମାନଙ୍କ ସହ ଏହି ଭବ୍ୟ ଶୁଭାରମ୍ଭ ପାଳନ କରି ଆମେ ଅତ୍ୟନ୍ତ ଆନନ୍ଦିତ ।”

ଏହି ଜନପଥ ଷ୍ଟୋରରେସୁନା, ହୀରା ଏବଂ ପ୍ଲାଟିନମ ର ବ୍ୟାପକ ହସ୍ତତନ୍ତ ଅଳଙ୍କାର ପ୍ରଦର୍ଶିତ ହେଉଛି ।ଗ୍ରାହକମାନେ ଏଠାରେ ଚମକ୍ରାର ବିବାହ ଅଳଙ୍କାର, ଷ୍ଟେଟମେଣ୍ଟ ଡ଼ାଇମଣ୍ଡ ନିଖୁଣତା ଠାରୁ ଆରମ୍ଭ କର ିଏଭର ଲାଇଟର ହାଲୁକା ଓଜନର ଦୈନନ୍ଦିନ ଡ଼ିଜାଇନ ସହିତ ଆଧୁନିକ କଲେକ୍ସନ ସମ୍ଭାରରେ ନିଜକୁହଜାଇ ପାରିବେ, ଯାହା ବଦଳୁଥିବା ଜୀନବ ଶୈଳୀ ଏବଂ ବିଭିନ୍ନ ଅବସର ପାଇଁ ଉପଯୁକ୍ତ ।ସୁନ୍ଦର ଭାବରେ ଡ଼ିଜାଇନ ହୋଇଥିବା ସ୍ଥାନ ଏବଂ ବ୍ୟକ୍ତିଗତ ଗ୍ରାହକ ସେବାସହିତ, ଏହ ିଷ୍ଟୋର ପାର୍ବଣ ଋତୁର କିଣାକିଣି, ଉପହାର ଠାରୁ ଆରମ୍ଭ କରି ବିବାହ କାର୍ଯ୍ୟକ୍ରମ ଆଦିର କିଣାକିଣ ିଏବଂ ସ୍ମରଣୀୟ ଉତ୍ସବ ପାଇଁ ଗ୍ରାହକମାନଙ୍କୁ ଏକ ଉନ୍ନତ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *