କଟକ ସଦର, ୦୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୋଧପୁର ପଞ୍ଚାୟତର ନାନପୁର ଠାରେ ଥିବା ପୁରାତନ ସରକାରୀ ହାଇସ୍କୁଲ ସାଧୁ ଚରଣ ବିଦ୍ୟାପୀଠ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବଂଶୀଧର ମହାନ୍ତିଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକୀ ଆଜି ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ବଂଶୀଧର ମହାନ୍ତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ଟ୍ରଷ୍ଟ ର ସଭାପତି ତଥା ବଂଶୀଧର ମହାନ୍ତିଙ୍କ ନାତି ଚଣ୍ଡି ପ୍ରସାଦ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବଂଶୀଧର ମହାନ୍ତିଙ୍କୁ ଶ୍ରଧାସୁମନ ଅର୍ପଣ କରିବା ସହିତ ଶିକ୍ଷା,
ଶିକ୍ଷାୟତନ ଓ ଶିକ୍ଷକଙ୍କୁ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ରମା ପ୍ରସାଦ ବିଶ୍ୱ।ଳ, ପୁରାତନ ଛାତ୍ର ଶଶିଭୂଷଣ ମହାନ୍ତି, ସରପଂଚ ପ୍ରଶାନ୍ତ ବେହେରା, ସମାଜସେବୀ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୋଷନ ରଥ, ଅରବିନ୍ଦ ମହାନ୍ତି,ଆଵାହନୀ ମହାନ୍ତି, ବିଶ୍ୱ ରଞ୍ଜନ ମହାନ୍ତି ପ୍ରମୁଖ ସହାୟତା କରିଥିଲେ। ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜା ମୁଦୁଲି ସଭାପତିତ୍ବ କରିଥିଲାବେଳେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନିର୍ମଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।
ନାନପୁର ସାଧୁ ଚରଣ ବିଦ୍ୟାପୀଠ ର ପ୍ରାଣ ପ୍ରତିଷ୍ଠାତା ବଂଶୀଧର ମହାନ୍ତିଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକ ପାଳନ
