କଳାହାଣ୍ଡି , ୩୧/୭/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ର ସହଯୋଗରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡ଼ୋର ଷ୍ଟାଡିୟମ ଠାରେ ଚାଲିଥିବା ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢୀ ଯୋଗ ଦେଇଥିଲେ। ।ସମାନ୍ନିତ ଅତିଥି ଭାବେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନର ବରିଷ୍ଠ ଉପଦେଷ୍ଟା ତଥା ବରିଷ୍ଠ ବିଜେପି ନେତା ଭାରତ ଭୂଷଣ ଦେଓ,ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ସୁମନ ରଥ,ଜୁନାଗଡ ବ୍ୟାଡମିଣ୍ଟନ ସଂଘର ପୂର୍ବତନ ସଭାପତି ତଥା ଜୁନାଗଡ ବାର ଆସୋସିଆସନର ସଭାପତି ହିମାଂଶୁ ବରାଡ ଉପସ୍ଥିତ ହୋଇଥିଲେ।ଏହାପରେ ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା।
୧୧ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଅଜିତେଶ ନାୟକ ବିଜୟୀ ହୋଇଥିବାବେଳେ ଓ ପିୟୁସ ବାଗ ଉପବିଜେତା ହୋଇଥିଲେ । ୧୩ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ପ୍ରତ୍ୟୁଷ ଭୋଇ ବିଜୟୀ ହୋଇଥିବାବେଳେ ଆର୍ଯ୍ୟନ୍ତ ପଣ୍ଡା ଉପବିଜେତା ହୋଇଥିଲେ । ୧୫ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ହିତେଶ ନାଗ ବିଜୟୀ ହୋଇଥିବାବେଳେ ଜୁନାଗଡର ଦିଗବିଜୟ ସିଂ ଉପବିଜେତା ହୋଇଥିଲେ । ୧୫ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ ର ଚନ୍ଦ୍ର ଶେଖର ଶର୍ମା ଓ ଦିଗ ବିଜୟ ସିଂ ଚମ୍ପିୟାନ ଓ ଭବାନୀପାଟଣାର ହିତେଶ ନାଗ ଓ ନିଲେଶ ମହନନ୍ଦ ରନର୍ସ ହୋଇଥିଲେ । ୧୭ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ହିତେଶ ନାଗ ଚମ୍ପିୟାନ ଓ ନରେଶ ନାଏକ ରନର୍ସ ହୋଇଥିଲେ । ୧୭ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଅବଦେଶ ଗୋଏଲ ଓ ଦିଗ ବିଜୟ ସିଂ ଚମ୍ପିୟାନ ଓ ଭବାନୀପାଟଣାର ନରେଶ ନାଏକ ଓ ସ୍ୱସ୍ତିକ ପଣ୍ଡା ରନର୍ସ ହୋଇଥିଲେ । ପୁରୁଷ ବିଭାଗ ଏକକ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଚମ୍ପିୟାନ ଓ ଆୟୁଷ୍ମାନ ମୁନି ରନର୍ସ ହୋଇଥିଲେ । ପୁରୁଷ ବିଭାଗ ଯୁଗଳ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଓ ଅବିନାଶ ବାବୁ ଚାମ୍ପିଅନ, ଶିବାଶିଷ ବିଶି ଓ ଶୁଭାଶିଷ ପଟ୍ଟନାୟକ ରନର୍ସ ହୋଇଥିଲେ ।ବାଳିକା ବିଭାଗର ୧୯ ବର୍ଷରୁ କମ ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଐଶ୍ୱର୍ଯ୍ୟା ସିଂ ଚମ୍ପିୟାନ ଓ ସମନ୍ବିତା ପାଣିଗ୍ରାହୀ ରନର୍ସ ଓ ୧୯ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଜୁନାଗଡ ର ମାନବ ଜେପି ନାଏକ ଚମ୍ପିୟାନ ଓ ଭବାନୀପାଟଣା ର ଆୟୁଷ୍ମାନ ମୁନି ରନର୍ସ ଓ ମହିଳା ବିଭାଗର ଯୁଗଳ ପ୍ରତିଯୋଗିତା ରେ ଜୁନାଗଡ ର ଚୁମକି ଭଞ୍ଜ,ରଶ୍ମିତା ଶବର ଓ ଲାଞ୍ଜିଗଡର ଅନନ୍ୟା ବେହେରା,ବିଶାଖା ନାଏକ ଉପବିଜେତା ହୋଇଥିଲେ । ମିଶ୍ରିତ ଯୁଗଳ ରେ ଭବାନୀପାଟଣାର ଶିବାସୀଷ ବିଶି,ଲାଞ୍ଜିଗଡର ବିଶାଖା ନାଏକ ଚମ୍ପିୟାନ ଓ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ପଦ୍ମାକ୍ଷୀ ବେହେରା ରନର୍ସ,୩୫ବର୍ଷ ରୁ ଉର୍ଦ୍ଧ୍ବ ପୁରୁଷ ବିଭାଗ ର ଏକକ ପ୍ରତିଯୋଗିତା ରେ ଜୁନାଗଡ଼ର ରାକେଶ ବେମାଲ ଚମ୍ପିୟାନ ଓ ଭବାନୀପାଟଣା ର ବିଜୟ ରାଉତ ରନର୍ସ ହୋଇଥିଲେ ।୩୫ ବର୍ଷ ରୁ ଅଧିକ ପୁରୁଷ ବିଭାଗର ଯୁଗଳ ରେ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଚାମ୍ପିଅନ ଓ ଭବାନୀପାଟଣା ର ସନ୍ଦିପ ମିଶ୍ର ଜୁନାଗଡ଼ ର ରାକେଶ ବେମାଲ ରନର୍ସ ହୋଇଥିଲେ ।୪୦ ବର୍ଷ ରୁ ଅଧିକ ପୁରୁଷ ବିଭାଗର ଯୁଗଳ ରେ ଭବାନୀପାଟଣାର ସନ୍ଦୀପ ଦାସ,ଜୁନାଗଡ ନରେସ୍ୱର ସୁନାନୀ ଚାମ୍ପିଅନ ଓ ଭବାନୀପାଟଣା ର ଯୁଗଳ କିଶୋର ପଟେଲ ଓ ଶିବ କୁମାର ବେହେରା ରନର୍ସ,୪୫ବର୍ଷ ରୁ ଅଧିକ ପୁରୁଷ ବିଭାଗର ଯୁଗଳ ରେ ଭବାନୀପାଟଣାର ପରେଶ ପ୍ରଧାନ ଓ ରଞ୍ଜିତ ସାହୁ ଚାମ୍ପିଅନ ଓ ଭବାନୀପାଟଣା ର ସନ୍ଦିପ ମିଶ୍ର ଜୁନାଗଡ଼ର ପ୍ରଭଞ୍ଜନ ସାହୁ ଓ ମାନସ ରଞ୍ଜନ ସାହୁ ରନର୍ସ ହୋଇଛନ୍ତି।