କବିରାଜ ଙ୍କ ବିୟୋଗ

ନିରାକାରପୁର, ୨୭ /୭/୨୦୨୪ (ଓଡ଼ିଶା ସମାଚାର)- ନିରାକାରପୁର ସମ୍ବାଦ ପ୍ରତିନିଧି ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ ପିତୃଦେବ ନାରାୟଣ ମହାନ୍ତିଙ୍କର ବାର୍ଦ୍ଧକ୍ୟ ଜନିତ ବିୟୋଗ ନିଜ ବାସଭବନ ଡିଆ ପଞ୍ଚାୟତର ଭୋଇସାହି ଠାରେ ଆଜି (ଶନିବାର) ସକାଳ ସାଢ଼େ୧୦ଟା ବେଳେ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ମୃତ୍ୟୁପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାୟୀ ସ୍ଥାନୀୟ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ମାନସ ଚନ୍ଦ୍ର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଅନୁରୂପଭାବେ ପୁତ୍ର ଉମେଶ ପଟ୍ଟନାୟକ, ପ୍ରକାଶଜିତ ପଟ୍ଟନାୟକ, ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ, ସୁକାନ୍ତଜିତ ପଟ୍ଟନାୟକ, ପୁତ୍ର ବଧୂ ରଶ୍ମିତା ପଟ୍ଟନାୟକ, ଗୀତାଞ୍ଜଳି ପଟ୍ଟନାୟକ, ଅର୍ଚ୍ଚନା ପଟ୍ଟନାୟକ, ନାତି, ନାତୁଣୀ, ଝିଅ, ଜ୍ୱାଇଁ, ଭଣଜା, ଭାଣେଜୀ ଉପସ୍ଥିତ ଥିଲେ । ଏତଦବ୍ୟତୀତ ଖବର ପାଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଜେନା, ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ସାଗର ବାରିକ, ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ,ରାମେଶ୍ୱର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ସମିତିସଭ୍ୟାଙ୍କ ପ୍ରତିନିଧି ଶୁଭମ ଦାଶ, ଡିଆ ସରପଞ୍ଚ ପ୍ରଶାନ୍ତ ବେହେରା, ସିପିଏମ ନେତା ବିଦୁଭୂଷଣ ମହାରଣା, ସାମ୍ବାଦିକ ହିମାଂଶୁ ଭୂଷଣ ଚମ୍ପତି, ସ୍କୁଲ କମିଟି ସଭାପତି ମନୋଜ ପ୍ରଧାନ, ନୃସିଂହ ଦଳେଇ, ୱାର୍ଡ ସଭ୍ୟ ସ୍ୱରାଜ ମହାନ୍ତିଙ୍କ ସମେତ ଅନେକ ଶୁଭେଛୁ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ରହି ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିବା ଜଣା ଯାଇଛି । ସେହିପରି ନାରୀନେତ୍ରୀ ବାସନ୍ତୀ ମହାପାତ୍ର,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପ୍ରାକ୍ତନ ବିଧାୟକ ଜିତୁ ମିତ୍ର, ପ୍ରାକ୍ତନ ବିଧାୟକ ଡ ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ବିଜେପି ନେତା ଦିପୁ ହୋତା, ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ସମାଜସେବୀ କାଳୁ ଚରଣ ଖଣ୍ଡେଇତରାୟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଧର୍ମପାରାୟଣ ବ୍ୟକ୍ତି ଥିଲେ । ସୂଚନାଯୋଗ୍ୟକି ସ୍ୱର୍ଗତ ମହାନ୍ତି ଜଣେ ସ୍ୱନାମଧନ୍ୟ କବିରାଜ ଥିଲେ । ନିଜ ହାତ ତିଆରି ଆୟୁର୍ବେଦ ଔଷଧ ଦ୍ୱାରା ଅର୍ଶ,ମଳକଣ୍ଟକ, ଭଗନ୍ଦର, ବାତ ଆଦି ସଫଳ ଚିକିତ୍ସା କରିବାରେ ସେ ସିଦ୍ଧହସ୍ତ ଥିଲେ ।

Leave a Reply

Your email address will not be published. Required fields are marked *