କଟକ ସଦର , ୨ ୭ /୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନାରଦା ଗ୍ରାମର ଜନୈକା ୧୫ ବର୍ଷିଆ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଘର ମାଲିକାଣୀ ପୁଅ ଓ ଅନ୍ୟମାନେ ବାରମ୍ବାର ଧର୍ଷଣ କରି ଗର୍ଭବତୀ କରିଥିବା ଜଣାପଡିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଛି। ହେଲେ ମାମଲା ରୁଜୁ ହେବାକୁ ୧୦ ଦିନ ବିତି ଯାଇଥିଲେ ବି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଵ କ’ଣ ସେମାନଙ୍କର ସୁରାକ ପାଇପାରୁ ନଥିବାରୁ ସାଧାରଣରେ ନାନା କଥା ଶୁଣାଯାଉଛି। ଏଣେ ମାମଲା ରୁଜୁ ହେବା ପୂର୍ବରୁ ଉକ୍ତ ସମ୍ବେଦନଶୀଳ ଘଟଣାକୁ ରଫାଦଫା ମାଧ୍ୟମରେ ଚପାଇ ଦେବାକୁ ଉଦ୍ୟମ କରିଥିବା ଦଲାଲଙ୍କ ଭୁମିକାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି। ଅନ୍ୟପକ୍ଷରେ ଟାଉଟର ମାନଙ୍କ ସହିତ ଅଭିଯୁକ୍ତର ମା ପ୍ରଭାବଶାଳୀ ହୋଇଥିବାରୁ ପୋଲିସ ସେମାନଙ୍କୁ ତଦନ୍ତ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।ଏଣେ ଗରୀବ ନାବାଳିକା ପୀଡ଼ିତା ବସୁନ୍ଧରାରୁ ନିଜ ଘରକୁ ଫେରି କର୍ମକୁ ଆଦରି ପରିବାର ଉପରେ ବୋଝ ହୋଇ ପଡିରହିଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ଟାଉଟର ମାନଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ନକଲେ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିଵା ସମ୍ଭାବନା ଦେଖାଦେଇଛି।
ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ୧୦ ଦିନ ବିତିଲା, ପୋଲିସ ହାତ ଖାଲି,ଟାଉଟରଙ୍କ ଭୁମିକା ସନ୍ଦେହରେ
