କାର୍ଗିଲ ସହିଦ ଙ୍କ ପୀଠ ରେ ଏକ ପାଠାଗାର ସ୍ଥାପନ ପାଇଁ ଘୋଷଣା କଲେ ବିଧାୟକ

ନିଶ୍ଚିନ୍ତକୋଇଲି, ୨୭/୦୭/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) -କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ କାରଗିଲ ବିଜୟ ଦିବସ ପାଳିତ ହୋଇଛି ।  ୧୯୯୯ ମସିହାର ସେହି ଛାତିଥରା ଭୟାବହ କାରଗିଲ ଯୁଦ୍ଧରେ ଜନାର୍ଦ୍ଦନପୁର ଗ୍ରାମର ଗୋପିନାଥ ମହାରଣା ଦେଶ ଓ ଜାତି ପାଇଁ ଲଢେଇ କରି ଶତୃ ପକ୍ଷର ଗୁଳିରେ ଶହୀଦ ହୋଇଥିଲେ। ଶୁକ୍ରବାର ସନ୍ଧ୍ୟା ରେ  ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି କଟକ ସଦର ନେମାଳ ମଣ୍ଡଳ ତରଫରୁ  ଶନିଶ୍ଚରଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଥିଲା।  ପ୍ରଥମେ ଶହୀଦ ଗୋପିନାଥ ମହାରଣା ଙ୍କ ପ୍ରତିମୂର୍ତ୍ତିରେ କଟକସଦର  ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁଷ୍ପମାଲ୍ୟ ଅର୍ପଣ ପରେ ବିଧାୟକ ଙ୍କୁ ବିରାଟ ଶୋଭାଯାତ୍ରା ରେ ସଭା ମଞ୍ଚ ପର୍ୟ୍ୟନ୍ତ ନିଆଯାଇଥିଲା  । ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଇଂ  ଶ୍ରୀ ସେଠୀ ଯୋଗଦେଇ କହିଥିଲେ ଯେ ଏଠାରେ  ଆସନ୍ତା ବର୍ଷ ମଧ୍ୟରେ ଶହୀଦଙ୍କ ନାମରେ ଏକ ପାଠାଗାର ଖୋଲାଯିବ ।  ଏହାଦ୍ୱାରା ଯୁବପିଢି ଅନୁପ୍ରାଣିତ ହୋଇପାରିବେ ।ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ କର୍ଣ୍ଣେଲ ଅଶୋକ କୁମାର ରାଉତରାୟ ଯୋଗ ଦେଇ କାର୍ଗିଲ ଯୁଦ୍ଧ ରେ ନିଜର ଅନୁଭୂତି ବଖାଣି ଥିଲେ । କଟକ ଜିଲ୍ଲା ବିଜେପି ସଭାପତି  ରାମନାରାୟଣ ମହାନ୍ତି ଙ୍କ ଅଧ୍ୟକ୍ଷତା ତଥା ପୂର୍ବତନ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ସାଲେପୁର ବାର ଆସୋସିଏସନର  ସଭାପତି ବିକ୍ରମ ବଳ,ବିଜେପି ନେତା ସତ୍ୟବାଦୀ ଚଇନି,ନେମାଳ ବିଜେପି ମଣ୍ଡଳ ସଭାପତି  ଅକ୍ଷୟ କୁମାର ମହାନ୍ତି, ଜନାର୍ଦ୍ଦନପୁର ପଞ୍ଚାୟତର ବିଜେପି ସଭାପତି ରମେଶ ବେହେରା,  ଶହୀଦ ଶିବ ପ୍ରସାଦ ପଣ୍ଡା ଙ୍କ ଭାଇ ସର୍ବେଶ୍ବର ପଣ୍ଡା, ଶର୍ବେଶ୍ଵର ନାୟକ, ଯୁବନେତା ରାଜକୁମାର ମହାନ୍ତି, ମୀନକେତନ ମହାନ୍ତି,  ସମାଜସେବୀ ଶିବୁ ମିତ୍ର, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଉତ୍କଳ ବିକାଶ ପରିଷଦ ର କାର୍ୟ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିମଲ ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଚିନ୍ମୟ ପାତ୍ର, ରାଜକିଶୋର ସାହୁ, ନାରୀନେତ୍ରୀ ସୁଜାତା ନନ୍ଦ, ସୁଜାତା ଧଳ, ସରୋଜିନୀ ପ୍ରଧାନ, ଶହୀଦ ଗୋପିନାଥ ମହାରଣା କ୍ଲବର ସମସ୍ତ ସଭ୍ୟଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *