କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ସଫଳତା ଆଣିଥାଏ : ବିଧାୟକ ଶତ୍ରୁଘ୍ନ ଜେନା
” ଉତ୍ତମ ଶିକ୍ଷା ହିଁ ବିକଶିତ ଭାରତର ମୂଳଦୁଆ “
ଭୁବନ ୧୨/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିନାୟକ ଇଂଲିଶ ମିଡିୟମ ସ୍କୁଲ ର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ସଫଳତା ଆଣିଥାଏ ।
ଅଭିଭାବକ ମାନଙ୍କର ସହଯୋଗ ରହିଲେ ଏହି ବିଦ୍ୟାଳୟ ଆଗାମୀ ଦିନରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ କଟକ ଏ ସି ଏଫ୍ ( ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ ଫରେଷ୍ଟ ) ସନ୍ତୋଷ କୁମାର ପତି ଯୋଗଦେଇ କହିଥିଲେ ଯେ, ଆଜିର ଶିଶୁ କାଲିର ଭବିଷ୍ୟତ। ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ହେଉଛନ୍ତି ପିଲା ମାନଙ୍କର ଦ୍ୱିତୀୟ ପିତା ମାତା। ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରିବା ସହିତ ଶିଶୁକୁ ଉତ୍ତମ ନାଗରିକ /ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଂସ୍କାର ପବ୍ଲିକ ସ୍କୁଲ, ରହଣି ର ପ୍ରତିଷ୍ଠାତା ଡଃ ମଳୟ ରଞ୍ଜନ ପତି ଯୋଗଦେଇ ଶିକ୍ଷକ/ ଶିକ୍ଷୟିତ୍ରୀ,ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଗୋଟିଏ ସରଳ ରେଖାରେ ରହିଲେ ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କ ର ଉନ୍ନତି ହେବ ଏବଂ ଉତ୍ତମ ଶିକ୍ଷା ହିଁ ବିକଶିତ ଭାରତ ର ମୂଳଦୁଆ ବୋଲି ମତବ୍ୟକ୍ତ କରିଥିଲେ।
ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ସମୀର କୁମାର ସାହୁ ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷୟିତ୍ରୀ ସ୍ୱପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
