ଉତ୍ତର ଓଡିଶାରେ ଉପୁଜିପାରେ ବନ୍ୟା ସ୍ଥିତି – ୧୩ ଜିଲାକୁ ସଜାଗ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬/୭/୨୦୨୪(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଲଘୁଚାପ ନେଇ ୧୩ ଜିଲାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷାରେ ଉତ୍ତର ଓଡିଶାରେ ଉପୁଜିପାରେ ବନ୍ୟା ସ୍ଥିତି । ଉତ୍ତର ଓଡିଶା ସହ ୧୩ ଜିଲାକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ପ୍ରସ୍ତୁତ ରହିବା ସହ ସ୍ଥିତି ନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୩ ଜିଲା ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତର୍କ କରିଛନ୍ତି।

Leave a Reply

Your email address will not be published. Required fields are marked *