ବିପଦ ସଂକୁଳ ପୋଲ ଉପରେ ଟ୍ରକ ଦୂର୍ଘଟଣା ଗ୍ରସ୍ତ, ଯାତାୟାତ ବାଧାପ୍ରାପ୍ତ 

କଟକ ସଦର,୨୫/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଫକିରପଡା ପୂର୍ତ୍ତ ଉପ ବିଭାଜନ ତଥା ମାଣପୁର କନିଷ୍ଠ ଯନ୍ତ୍ରୀ ଙ୍କ ଅଧୀନରେ ଥିବା ସୋମପୁର-କିଶନନଗର ରାସ୍ତାର‌ ତେଲଦିଆ ଠାରେ ପାଇକା ଉପରେ ନିର୍ମାଣ କରାଯାଇଥିବା ପୋଲଟି ଅଧାପନ୍ତରିଆ ଓ ବୈଷୟିକ ତୃଟିପୂର୍ଣ୍ଣ ଯୋଗୁଁ ସବୁ ସମୟରେ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଦୂର୍ଘଟଣା ମାନ ଘଟି ଚାଲିଛି।ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖଵର ପ୍ରକାଶ ପାଉଥିଲା ବେଳେ ଏଥିପାଇଁ କେବଳ ଥୁକ ପାଲିସ୍ କାମ ଚାଲୁରହିଛି। ଅନେକ ଦିନ ହେଲା ପୋଲ କାମ ସରି ଯାତାୟାତ ପାଇଁ ଖୋଲା ଯାଇଥିଲା ବେଳେ ପୋଲର ଉଭୟ ପାର୍ଶ୍ବରେ ସୁରକ୍ଷା କାନ୍ଥ ନଥିବାରୁ ଅତଡ଼ା ଖସି ଅଧିକ ବିପଦ ସୃଷ୍ଟି କରିଛି। ଖଵର ପ୍ରସାରିତ ପରେ କେବଳ ବାଲିବସ୍ତା ରଖାଯାଇ କାନ୍ଥ କରାଯିବା ଦ୍ୱାରା ଉକ୍ତ ସ୍ଥାନରେ ଆଜି ଗୁରୁବାର ପୂର୍ବାହ୍ନରେ ଏକ ମାଲବାହୀ ଭାରି ଯାନ ଓଲଟି ପଡିଥିଵା ଜଣାପଡିଛି। ତୁରନ୍ତ ଏଠାରେ ସ୍ଥାୟୀ ନିର୍ମାଣ କରାଯିବା ସହିତ ଜନସାଧାରଣଙ୍କ ସୁବିଧା ପାଇଁ ଅସ୍ଥାୟୀ ବାଡ଼ ଦିଆଯାଇ ଗାଡ଼ି ମଟର ଧିରେ ଚଳାଇବାକୁ ସୂଚନା ଫଳକ ଲଗାଇବାକୁ ‘କଟକ ସଦର ଵିଚାର ମଞ୍ଚ’ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *