ଭୁବନେଶ୍ୱର,୨୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସଡକ ସୁରକ୍ଷା କାଉନ୍ସିଲ ର ବୈଠକ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗ ଶ୍ରୀମତୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଉନ୍ନୟନ କମିସନର, ପୋଲିସ ମହାନିର୍ଦେଶକ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ, ପରିବହନ କମିସନର , ଟ୍ରକ ଓ ବସ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ ବିଭାଗ, ଆଇନ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ରାଜ୍ୟରେ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫୬୦୦ଜଣ ମୃତ୍ୟୁବରଣ କରିଛନ୍ତି. ଏଥିରୁ ୭୦% ହେଉଛନ୍ତି ଯୁବବର୍ଗ।ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚ ଆଦିଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଲେ। ହେଲମେଟ ଆଇନକୁ କଡାକଡି ଲାଗୁ କରିବା ପାଇଁ ନିର୍ଦେଶ ଦେଇଥିଲେ।
ସଡକ ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେଉଥିବା ପରିପ୍ରେକ୍ଷୀରେ ପୋଲିସ ବହୁ ସମୟରେ ଅସୁବିଧାରେ ପଡୁଛି।ତେଣୁ ପୋଲିସ ମହାନିର୍ଦେଶକ ସମସ୍ତ ଥାନାକୁ ଏହି ବାବଦରେ ନିର୍ଦେଶ ଦେବାପାଇଁ ପ୍ରସ୍ତାବ ଦେଇଥିଲେ।
ମୁଖ୍ୟତଃ ଜାତୀୟ ରାଜପଥ୧୬ ଓ ଜାତୀୟ ରାଜପଥ ୩୧୬କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି
ନିଆଗଲା। NHAI ଅଧିକାରୀମାନେ ଜୁନ ମାସ ଶେଷ ସୁଦ୍ଧା ଏହିରାସ୍ତାର ଅଡିଟକରି ଉପଯୁକ୍ତ ସୂଚନାଫଳକ ଲଗାଇବେ ଏବଂ ରାସ୍ତାରେ ଦୁର୍ଘଟ ଣାସଂଖ୍ୟା ଯେପରି ହ୍ରାସପାଇବ ,ସେଥିପ୍ରତି ପଦକ୍ଷେପ ନେବେ।
ଉନ୍ନୟନ କମିସନର ପ୍ରତିଦିନ ରାଜ୍ୟରେ ପ୍ରାୟ୧୫ଟି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ. ସେ ନିର୍ମାଣ ବିଭାଗ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ଯେ, ଆଗାମୀ ୩ମାସ ମଧ୍ୟରେ ସମସ୍ତ NH , SH ସୁରକ୍ଷା ଅଡିଟ ଶେଷ କରାଯିବ ଓ ଅଡିଟ ରିପୋର୍ଟଅନୁଯାଇ ସମସ୍ତ ପଦକ୍ଷେପ ଗ୍ରହଣକରାଯିବ।ଏହାର ଏକ ସମୀକ୍ଷା ବୈଠକ ଉନ୍ନୟନ କମିସନରଙ୍କ ଦ୍ୱାରା ୩ମାସ ପରେ କରାଯିବ।
highway patrol ର ଅଧିକାରୀ ମାନଙ୍କୁ ଧାରା୧୮୫ଅନୁଯାଇ ମଦ୍ୟପ ଗାଡିଚାଳକଙ୍କୁ ଧରିବାପାଇଁ କ୍ଷମତା ଦିଆଯିବ। କୋରାପୁଟ ଜିଲ୍ଲା, ବିଜୁଏକ୍ସପ୍ରେସ ରାସ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ରାସ୍ତାରେ highway patrol ଯାନ ମୂତୟନ କରାଯିବ। ବିଭିନ୍ନ ରାସ୍ତା ନିର୍ମାଣକାରି ବିଭାଗ ରାସ୍ତା ନିର୍ମାଣ ସମୟରେ ସିସିଟିଭି surveillance ପାଇଁ ଅର୍ଥ ବ୍ୟବସ୍ଥା ରଖିବେ।ଆଇ.ଆଇ.ଟି ଭୁବନେଶ୍ୱର ସହାୟତାରେ ଘାଟି ଅଞ୍ଚଳରେ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ପ୍ରକଳ୍ପ ଲାଗୁକରାଯିବ। ଯାହାଫଳରେ ବୁଲାଣି ରାସ୍ତାରେ ଗାଡିମାନେ ସୂଚନା ପାଇ ସତର୍କ ହୋଇପାରିବେ।
ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଏକୀକୃତ କରାଯିବ।ଏକ ମୋବାଇଲ ଆପ୍ଲିକେସନ ଦ୍ୱାରା ସମସ୍ତ emergency care services କୁ ଏକୀକୃତ ହେବେ, ଫଳରେ ଦୁର୍ଘଟଣା ଘଟିବାପରେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ସୂଚନାଯିବ।ଏହି ଆପ୍ଲିକେସନ ଏକମାସ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଜାତୀୟ ରାଜପଥରେ ଗୃହପାଳିତ ପଶୁଙ୍କର ଅବାଧ ଚଳପ୍ରଚଳନକୁ ରୋକିବାପାଇଁ ନିର୍ଦିଷ୍ଟ ସ୍ଥାନ ଗୁଡିକରେ ତାରବାଡ ଲଗାଇବା ପାଇଁ ନିର୍ଦେଶ ଦିଆଯାଇଛି। ଇ-ଚାଲାଣ ଆଦାୟକୁ ତ୍ୱରାନ୍ୱିତ କରିବା ପାଇଁ ଇ-ସମନ ପ୍ରଚଳନ କରିବା ଦିଗରେ ପ୍ରସ୍ତାବ ରଖାଯାଇଛି।