ନିରାକାରପୁର, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମର ଟୁଲୁ ମାଝୀଙ୍କ ପୁଅ ଆୟୁଷନ ମାଝୀ (୨୨) ଅତ୍ୟଧିକ ଚାପ ଗ୍ରସ୍ତ ହୋଇ ଆଜି ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ରୁ ଜଣାପଡିଛି। ସୂଚନାଯୋଗ୍ୟ କି ଓଳସିଂହ ଗ୍ରାମର ଟୁଲୁ ମାଝୀ ଜଣେ ମେଧାବୀ ଛାତ୍ର ଥିଲେ। ଗତ କିଛି ଦିନ ହେବ ସେ କିଛି ଚାପରେ ଥିବା ଭଳି ଜଣାପଡ଼ିଥିବା ଓ ବେଳେବେଳେ ଏଣେ ତେଣେ ପକାଇ ଯାଉଥିବା ଅଭିଯୋଗରୁ ଜଣାପଡିଛି। ଆଜି ପିତା ଟୁଲୁ ମାଝୀ ଶିକ୍ଷକତା କରୁଥିବା ରମାବିଲି ବିଦ୍ୟାଳୟ କୁ ଆସୁଥିବାବେଳେ ନିଜର ମା ଘର କାମରେ ବ୍ୟସ୍ତ ଥିବାବେଳେ ତାର ସୁଜଗ ନେଇ ଆୟୁଷନ କୂଅ ପାଣି କଢା ଦଉଡି ରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ଲୋକେ ଆଜି ଅପରାହ୍ନରେ ଦେଖିବାକୁ ପାଇଥିଲେ। ସେ ପ୍ରଥମେ ଓଳସିଂହ ପ୍ରାଥମିକ ଚିକିତ୍ସାଳୟ ଓ ପରେ ଖୋର୍ଦ୍ଧା ହସ୍ପିଟାଲ୍ ନେଇଥିଲେ ବି ସେଠାରେ ଡାକ୍ତର ଆୟୁଷ୍ମାନ କୁ ମୃତ ଘୋଷଣା କରିଥିଲେ। ଜଂକିଆ ପୋଲିସ କେସ ନଂ ୧୩ /୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।