ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଶୋକ

ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଜେନା କମଳାଙ୍କୁ ଅସାମାନ୍ୟ କୃଷି ବିଶାରଦ ଭାବରେ ବର୍ଣ୍ଣନା କରି ଜୈବିକ ତଥା ପାରମ୍ପରିକ କୃଷିର ପ୍ରସାର ପାଇଁ ତାଙ୍କ ଅବଦାନ ସ୍ମରଣୀୟ ରହିବ ବୋଲି ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ଅମର ଆତ୍ମାର ସଦଗତି କାମନା କରିବା ସହିତ କମଳାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *