ଭୁବନେଶ୍ୱର,୧୫/୭/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଅଧିନରେ ଥିବା ସର୍ବ ପୁରାତନ ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି ନ୍ୟୁ) କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଉନ୍ନିତ କରିବାପାଇଁ ଶାସକ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପାଟକୁରା ବିଜେପି ତରଫରୁ କୋରୁଆ ମଣ୍ଡଳ ଜିଲ୍ଲା ପରିଷଦ ପ୍ରାର୍ଥୀ ରଂଜିତ କୁମାର ଆଚାର୍ୟ୍ୟ ତେଣ୍ଡାକୁଡା ପ୍ରାଥମିକ ଚିକିତ୍ସାଳୟ କୁ ଏକ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ରେ ରୂପାନ୍ତରିତ କରିଵା ସହ ପାଥୋଲ୍ୟାବ ସୁବିଧା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସମ୍ମାନୀୟ ଡା. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ କରିଛନ୍ତି। ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି ନ୍ୟୁ) ଟି ଅଂଚଳର ସର୍ବପୁରାତନ ଚିକିତ୍ସାଳୟ ହୋଇଥିବାବେଳେ ଏହାର ସେଭଳି କିଛି ଉନ୍ନତି ସାଧିତ ହୋଇପାରିନାହିଁ । ରାଜନୈତିକ ଇଛାଶକ୍ତିର ଅଭାବ ଓ ବିଭାଗିୟ ଅଧିକାରୀମାନଙ୍କ ର ଏହି ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ରପ୍ରତି ଅବହେଳା ଯୋଗୁ ଏହାର ବିକାଶ ସମ୍ଭବ ହୋଇପାରିନାହିଁ ।
ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଉନ୍ନିତ କରିବାପାଇଁ ବିଜେପି ପକ୍ଷରୁ ଉଦ୍ୟମ
