ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା

ଭୁବନ ୧୫/୭/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ସହସ୍ରାଧିକ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୭ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ ପୂଜା ୧୨ ଘଟିକା ରେ ଆଡ଼ପ ମଣ୍ଡପ ମହାପ୍ରସାଦ ନୀତି ଭୋଗ, ୧ ଘଟିକା ରେ ରଥ ପ୍ରତିଷ୍ଠା ପରେ ୨ ଘଟିକା ରେ ସେବାୟତ ମନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ୩ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪ ଘଟିକା ସମୟରେ ରଥ ଟଣ। ଆରମ୍ଭ ହୋଇଥିଲା ।ସନ୍ଧ୍ୟା ୬.୩୦ ଘଟିକା ସୁଦ୍ଧା  ଜଗନ୍ନାଥ ମନ୍ଦିର ସମ୍ମୁଖ ରଥ ଖଳାରେ ତିନି ରଥ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ,ଆରକ୍ଷୀ ବାହିନୀ ଏହି ପବିତ୍ର ବାହୁଡା଼ ଯାତ୍ରା ରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ।  ସେବା ପ୍ରତିଷ୍ଠାନ ଦ୍ଵାରା ସହସ୍ରାଧିକ ଭକ୍ତ ଉପରେ ପାଣି ସ୍ପ୍ରେ କରାଯିବା ସହ ଥଣ୍ଡା ସରବତ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଆସନ୍ତା କାଲି ଅପରାହ୍ନ ରେ ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *