ନିରାକାର ପୁର, ୯/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ଜଙ୍କିଆ ଥାନା ଶଗଡଭଂଗା ଗ୍ରାମପଂଚାୟତ ସିକୋ ଫାଣ୍ଡି ଅନ୍ତର୍ଗତ ଛିମା ମୌଜାରେଥିବା ଥିବା କିଛି ଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ କି ଛିମା ଗ୍ରାମରେ କିଛି ଜାଗାରେ ରାସ୍ତା ନିର୍ମାଣ ପାଇଁ କିଛି ଲୋକ ବଡ଼ ବଡ଼ ଗଛ କାଟି ଦେବାରୁ ଉକ୍ତ ଜାଗାକୁ ଦଖଲରେ ରଖିଥିବା ନିକଟସ୍ଥ ଲକ୍ଷ୍ମୀନାରାୟଣପୁର କିଛି ଲୋକ ଏହା ତାଙ୍କ ନିଜର ଦଖଲରେ ରହିଥିବା ଓ ପୂର୍ବପୁରୁଷଙ୍କ ଅମଳରୁ ତାଙ୍କ କାଗଜପତ୍ରରେ ରହିଥିବା ଦର୍ଶାଇ ବିଭିନ୍ନ ବିଭାଗରେ ଅଭିଯୋଗ କରିଥିଲେ। ପରେ ଅନ୍ୟ ପକ୍ଷର ଲୋକେ ଉକ୍ତ ସ୍ଥାନରେ ଲକ୍ଷ୍ମୀନାରାୟଣପୁର ରଶ୍ମିରଞ୍ଜନ ମହାନ୍ତି ଓ ଅନ୍ୟମାନଙ୍କ ଥିବା ଜାଗାରୁ କିଛି ଅଂଶ ସରକାରୀ ଥିବାର ଦର୍ଶାଇ ଜମି ଚିହ୍ନଟ ପାଇଁ ଆବେଦନ କରିଥିଲେ। ଏହି ଆବେଦନ କୁ ରଦ୍ଦ କରିବା ପାଇଁ ଲକ୍ଷ୍ମୀନାରାୟଣପୁର ଦଖଲକାରୀ ମାନେ ହାଇକୋର୍ଟ ର ଆଶ୍ରୟ ନେଇଥିଲେ। ଏସବୁ ମଧ୍ୟରେ ଜମି ଚିହ୍ନଟ ହେବାର ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଜମି ଚିହ୍ନଟ ପାଇଁ ଆବେଦନ କରିଥିବା ଲୋକେ ଜବରଦସ୍ତ ଗଛପତ୍ର କାଟି ଜେସିବି ମାଧ୍ୟମରେ ରାସ୍ତା କରିବାକୁ ଉଦ୍ୟମ କରୁଥିବାବେଳେ ଅପର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କିନ୍ତୁ ଏହାକୁ ସେମାନେ ନ ମାନି ଆକ୍ରମଣ ଓ ଗାଳିଗୁଲଜ କରି ଥିବା ଜଂକିଆ ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡିଛି ।