ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୬/୭/୨୦୨୪ (ଓଡ଼ିଶା ସମାଚାର)- ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରଦ୍ଧଦିବସ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ମୁକ୍ତାର ଖାଁ କୋରାନ ପାଠ କରିଥିବା ବେଳେ ହୃଷିକେଶ ରଥ ଗୀତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ଗାଳ୍ପିକା ଅବନ୍ତୀ ବେହେରା, ପଣ୍ଡିତ ହୃଷିକେଶ ରଥ ଓ ଶିକ୍ଷାବିତ ଶ୍ରୀଚରଣ ପରିଡା ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଅବତାରଣା କରିବା ସହ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷାବିତ ପ୍ରଣବ କୁମାର ଜେନା, ଭାଗିରଥୀ ଜେନା, ଗୟାଧର ଧଳ, ଫକିର ଚରଣ ଖଟୁଆ, ଆଶୁତୋଷ ମହାନ୍ତି, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ରଣଧୀର ଜେନା, ନଳିନୀକାନ୍ତ ପୃଷ୍ଟି, ଆଶିଷ ସେନାପତି, ଅମର ବିଶ୍ୱାଳ ପ୍ରମୁଖ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧରଣୀ ସାହୁ, ସନ୍ତୋଷ କୁମାର କର, ଗୋଲେଖ ପଢିଆରୀ, ପିନାକୀ ସାମନ୍ତରାୟ, ଅଜିତ କୁମାର ଚଇନି, ସାବିର ଖାନ୍, ପ୍ରମୋଦ ଚଇନି, ରାଜା, ସେକ କୟୁମ, ସେକ ଜଲାଲଉଦ୍ଧିନ, ସାମ୍ବାଦିକ ସୋମନାଥ ସାହୁ, ନିରଞ୍ଜନ ପରିଡା, ଲକ୍ଷ୍ମୀକାନ୍ତ ନାୟକ, ଚୈନତ୍ୟ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ସକାଳେ ତହସିଲ କାର୍ଯ୍ୟାଳୟ ନିକଜଟରେ ଥିବା ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବା ସହ ନୂଆ ବସଷ୍ଟାଣ୍ଡ ନିକଟ ଶନିଘାଟରେ ତିଳତର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ପ୍ରଦୀପ କୁମାର ମହାନ୍ତି, ରାଜେଶ ପଣ୍ଡା, ପ୍ରଭାଶିଷ ପଣ୍ଡା, ଶରତ ବେହୁରା, ବିଜୟ ପତି, ଦେବାଶିଷ କୁବେର ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *