ନବ ନିର୍ବାଚିତ କଟକ ସଦର ବିଧାୟକ ଙ୍କୁ ସମ୍ବର୍ଦ୍ଧନା 

କିଶନନଗର,୦୭/୬/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା) – କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁର ପଞ୍ଚାୟତ ବିଜେପି ପକ୍ଷରୁ   ଜନାର୍ଦ୍ଦନପୁର ବିଜେପି ସମର୍ଥକ ମନେ ନବନିର୍ବାଚିତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କୁ ସାକ୍ଷାତ କରି ତାଙ୍କର ବିଜୟ ପାଇଁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଗତ ୨୪ବର୍ଷ କାଳ ବିଜେଡି ର ମନମୁଖୀ ଶାସନରେ ଅତିଷ୍ଠ ହୋଇ ଓଡିଶା ବାସୀ ବିଜେପି କୁ ଶାସନ ଗାଦିରେ ବସାଇଛନ୍ତି ।  ନବ ନିର୍ବାଚିତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ବିପୁଳ ବିଜୟ ଯୋଗୁ କେବଳ ଜନାର୍ଦ୍ଦନପୁର ପଞ୍ଚାୟତ କାହିଁକି ସମଗ୍ର ରାଜ୍ୟ ବାସୀଙ୍କ  ମଧ୍ୟରେ ଉନ୍ମାଦନା ସୃଷ୍ଟି ହୋଇଛି । ସମ୍ବର୍ଦ୍ଧନା ଅବସରରେ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି, ବିଭିନ୍ନ ପଞ୍ଚାୟତ ର ଅଧୁରା କାର୍ଯ୍ୟକ୍ରମ କୁ ସକାରାତ୍ମକ ଢଙ୍ଗରେ ପୂର୍ଣ୍ଣାଙ୍ଗ କରାଯିବ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ । ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରୁ ବିଜେପି କାର୍ଯ୍ୟକର୍ତ୍ତା, ସମର୍ଥକ ଓ ଶୁଭେଛୁ ମାନେ ଯୋଗଦେଇଥିଲେ  ।

Leave a Reply

Your email address will not be published. Required fields are marked *