ନବ ନିର୍ବାଚିତ ବିଧାୟକଙ୍କୁ ଡ. ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

ଖଲ୍ଲିକୋଟ, ୦୬ /୬/୨୦୨୪ (ଓଡ଼ିଶା ସମାଚାର)- ତୃତୀୟ ଥର ପାଇଁ ବିପୁଳ ମତରେ ବିଜୟୀ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଗଂଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଡକ୍ଟର ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ, ଖଲ୍ଲିକୋଟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଇତ୍ୟବସରରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପରାମର୍ଶକ୍ରମେ ଟ୍ରଷ୍ଟର ବହୁ ସଦସ୍ୟ ସଦସ୍ୟା ସମ୍ପ୍ରତି ନବ ନିର୍ବାଚିତ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ତାହାଙ୍କ ସ୍ଥାନୀୟ ବାସଭବନରେ ଫୁଲତୋଡ଼ା ସହିତ ପୁସ୍ତକ ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ନିମନ୍ତେ ପ୍ରକାଶିତ ନାରୀ ପ୍ରଗତି, ଶକ୍ତି ଆଧାରିତ ସ୍ୱତନ୍ତ୍ର ସଂଖ୍ୟାକୁ ମାନ୍ୟବର ବିଧାୟକଙ୍କୁ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ବେହେରା ପ୍ରଦାନ କରି ଅଞ୍ଚଳର ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଉଜ୍ଜୀବିତ ରଖିବାକୁ ଆଲୋଚନା କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଅବସରପ୍ରାପ୍ତ କଳା ଅଧ୍ୟାପକ ପଞ୍ଚାନନ ସୁର, ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ, ଟ୍ରଷ୍ଟି ଅଧ୍ୟାପିକା ଜ୍ୟୋସ୍ନାରାଣୀ ପ୍ରଧାନ, ସଭ୍ୟ ଗଣେଶ ଚନ୍ଦ୍ର ବିଶ୍ୱାଳ, ଦଣ୍ଡପାଣି ବେହେରା, ଡ଼ଃ ଦ୍ବାରିକା ନାଥ ମହାରଣା ,ସୁରେନ୍ଦ୍ର ସାହୁ, ସନ୍ତୋଷ କୁମାର ମହାପାତ୍ର, ତ୍ରିନାଥ ମିସ୍ତ୍ରୀ ସଭ୍ୟା ମିନା କୁମାରୀ ସାମନ୍ତ, ମିତାରାଣୀ ପଟ୍ଟନାୟକ ପ୍ରମୁଖ ସଭ୍ୟା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *