ଜଗତସିଂହପୁର ରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ପର୍କୀୟ ସାମ୍ବାଦିକ ସମ୍ମିଳନୀ

 ଜଗତସିଂହପୁର, ୩୦/୦୫/୨୦୨୪ (ଓଡ଼ିଶା ସମାଚାର)-ସପ୍ତମ ପର୍ଯ୍ୟାୟରେ,ଜୁନ ୧ ତାରିଖ ରେ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସଫଳ କରିବା ନିମନ୍ତେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ସାଧାରଣ ନିର୍ବାଚନ ପ୍ରସ୍ତୁତି  ସମ୍ପର୍କରେ ବିସ୍ତୃତ  ତଥ୍ୟ ପ୍ରଦାନ କରିଥିଲେ। ପ୍ରଦତ୍ତ ସୂଚନା ଅନୁଯାୟୀ, ଏଥର ଜଗତସିଂପୁର ଜିଲ୍ଲାରେ ସର୍ବମୋଟ ୯୬୦୭୩୯ ଜଣ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ଯେଉଁଥିରେ ୪୯୭୧୨୩ ଜଣ ପୁରୁଷ ଭୋଟର ୪୬୩୫୧୯ ଜଣ ମହିଳା ଭୋଟର ଓ ୯୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ୮୫୪ଟି ସ୍ଥାନରେ ୧୦୫୧ଟି ବୁଥ କରାଯାଇଛି ଯେଉଁଥିରେ ୧୪୪ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୧୩୪ଟି ମହିଳା ପୋଲିଂ ଅଧିକାରୀ ଙ୍କୁ ନେଇ ସଖୀ ବୁଥ ,୮ଟି ଯୁବବର୍ଗଙ୍କ ଦ୍ଵାରା ପରିଚାଳିତ ବୁଥ ଏବଂ ୨ଟି ଭିନ୍ନକ୍ଷମ ପରିଚାଳିତ ପୋଲିଂ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସଖୀ ବୁଥ ଗୁଡ଼ିକରେ ନିୟୋଜିତ ମହିଳା ଅଧିକାରୀଙ୍କ ସୁବିଧା ସୁଯୋଗ ସହ ସୁରକ୍ଷା ନିମନ୍ତେ ମହିଳା ପୋଲିସ ମୁତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୬ ଟି କ୍ରିଟିକାଲ ଓ ୩୩ ଟି ଭଲନରେବଲ ବୁଥ ଚିହ୍ନଟ କରାଯାଇଛି। ସମ୍ବେଦନଶୀଳ ବୁଥ ସମେତ ସମସ୍ତ ମତଦାନ କେନ୍ଦ୍ରରେ ୧୨ କମ୍ପାନୀ  ସି ଏ ପି ଏଫ୍, ୧୯୫୪ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯିବା ସହ ୪ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡି ଏସ୍ ପି  ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵରେ ଅଛନ୍ତି।୬୦ ପ୍ରତିଶତ ବୁଥ, ବା ୬୨୮ଟି ବୁଥରେ ୱେବ କାଷ୍ଟିଙ୍ଗ ଓ ୫୨ ଟି ବୁଥ୍ ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ଏ ମ୍ ଏଫ୍ ଆଧାରରେ ପ୍ରତ୍ୟେକ ବୁଥରେ ୨ଟି ଡୋର, ଶୌଚାଳୟ, ପାନୀୟଜଳ, ଭିନ୍ନକ୍ଷମ ଭୋଟରଙ୍କ ନିମନ୍ତେ ହୁଇଲଚେୟାର ଓ ରାମ୍ପ ବ୍ୟବସ୍ଥା, ବୁଥରେ ବିଦ୍ୟୁତିକରଣ,ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଶେଡ, ବି ଏଲ ଓ ହେଲ୍ପ ଡେସ୍କ ଓ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଆମ୍ବୁଲାନ୍ସ,ଫାଷ୍ଟଏଡ୍ ଆଦିର ବ୍ୟବସ୍ଥା କରାଯାଇଛି।୮୫ ବର୍ଷ ରୁ ଅଧିକ ଅସୁସ୍ଥ ଓ ଶଯ୍ୟାଶାୟୀ  ତଥା ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ହୋମ ଭୋଟିଂ ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୫୭୧ ଜଣ ଭୋଟ ଦେଇଛନ୍ତି। ସେହିପରି ଜିଲ୍ଲାରେ ୮୬୧୨ ଜଣ ପୋଷ୍ଟlଲ ବାଲାଟ ଜରିଆରେ ମତଦାନ କରିଛନ୍ତି।  ଏସ ଭି ଏମ ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଆୟୋଜିତ ବିତରଣ କେନ୍ଦ୍ର ରୁ୧୦୧ ପାରାଦ୍ଵୀପ ଓ ୧୦୩- ବାଲିକୁଦା ଏରସମା ବିଧାନସଭା କ୍ଷେତ୍ର ନିମନ୍ତେ ବିତରଣ କେନ୍ଦ୍ର (ଡିସ୍ପର୍ସାଲ) ମେ ୩୦ ଧାର୍ଯ୍ୟ କରାଯାଇଥିବା ବେଳେ ୧୦୨- ତିର୍ତ୍ତୋଲ ଓ ୧୦୪- ଜଗତସିଂପୁର ବିଧାନସଭା କ୍ଷେତ୍ର ନିମନ୍ତେ ମେ ୩୧ ତାରିଖ ଧାର୍ଯ୍ୟ କରାଯାଇଛି।  ପୋଲିଂ ଅଧିକାରୀଙ୍କ ସୁବିଧା ନିମନ୍ତେ ସମସ୍ତ ପୋଲିଂ ଅଧିକାରୀଙ୍କୁ ୱେଲ୍ଲନେସ କିଟ୍,ମେଡ଼ିକାଲ କିଟ୍  ଆଦି ଯୋଗାଇ ଦିଆଯିବା ସହ କେନ୍ଦ୍ର ନିକଟରେ ଥଣ୍ଡା ପାନୀୟ , ଚା ଜଳଖିଆ ଦୋକାନ ଆଦି ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି।ଏତଦବ୍ୟତୀତ ମତଦାନ ଦିନ ଟିକୁ ସହଜ ସୁଗମ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭାରତୀୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କିଛି ନିୟମାବଳୀ ଜାରି କରିଛନ୍ତି। ମତଦାନ ଦିନ ମତଦାତା ମାନେ ବୁଥ୍ କୁ ୧୩ ଗୋଟି ଅନୁମୋଦିତ ଦସ୍ତାବିଜ୍ ମଧ୍ୟରୁ ଯେ କୌଣସି ଗୋଟିଏ ନେଇ ଆସିବା ବାଧ୍ୟତାମୂଳକ। ସେଗୁଡିକ ହେଲା ଭୋଟର ପରିଚୟ ପତ୍ର (EPIC), ଆଧାରକାର୍ଡ, ପାନ୍ କାର୍ଡ, ଦିବ୍ୟାଙ୍ଗ ପରିଚୟ ପତ୍ର (UDID),ଫଟୋ ସଂଲଗ୍ନ ଥିବା ଚାକିରି କ୍ଷେତ୍ରର ପରିଚୟ,

ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ବା ପୋଷ୍ଟ ଅଫିସର ପାସ୍ ବୁକ୍, ଶ୍ରମ ମନ୍ତ୍ରଣାଳୟ ଯୋଜନା ଅଧୀନରେ ପ୍ରଦତ୍ତ ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, (NPR) ଅନ୍ତର୍ଗତ RGI ଦ୍ଵାରା ପ୍ରଦତ୍ତ ସ୍ମାର୍ଟକାର୍ଡ,ଫଟୋ ସଂଲଗ୍ନ ପେନସନ ବହି/ଦସ୍ତାବିଜ୍ , ସାଂସଦ, ବିଧାୟକ, ବିଧାନସଭା ପରିଷଦର ସଦସ୍ୟଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର,MGNREGA ଜବ୍ କାର୍ଡ। ଏଥିମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ଦର୍ଶାଇ ମତଦାତା ନିଜର ପରିଚୟ ସାବ୍ୟସ୍ତ କରିପାରିବେ।

ମତଦାତାମାନେ ମତଦାନ କେନ୍ଦ୍ରକୁ ମୋବାଇଲ, କ୍ୟାମେରା, ହେଡଫୋନ, ଏବଂ ସ୍ମାର୍ଟୱାଚ ଭଳି ବୈଦ୍ୟୁତିକ ଉପକରଣ ନେବାକୁ ବାରଣ କରାଯାଇଛି। ମତଦାନ କେନ୍ଦ୍ର ଭିତରେ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନକୁ ମଧ୍ୟ ବାରଣ କରାଯାଇଛି। ଏହାଛଡା ସମସ୍ତ ପ୍ରାର୍ଥୀ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ପୋଲିଂ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ମତଦାନ ଦିନ ସକାଳ ୫.୩୦ ମି ସୁଦ୍ଧା ମତଦାନ କେନ୍ଦ୍ରରେ ପହଞ୍ଚି ମକପୋଲରେ ଉପସ୍ଥିତ ରହିବାକୁ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *