ଅଲମ୍ପିଆଡ ପ୍ରତିଯୋଗିତା ୨୦୨୪ ଉଦଘାଟିତ

ଭୁବନେଶ୍ୱର, ୨୯/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନିୟ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ବିଦ୍ୟାଳୟ ସମୁହର ତିନିଦିନ ବ୍ୟାପି ଅନୁଷ୍ଠିତ ଯୋଗ ଅଲମ୍ପିଆଡ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ରାଜ୍ୟ ବିଦ୍ୟାଳୟ କ୍ରୀଡା ସଙ୍ଗଠନର ସମ୍ପାଦକ ତଥା ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନାଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। କାର୍ୟ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ ପୈାରହିତ୍ୟ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ ଅଲମ୍ପିଆଡ ବିବରଣୀ ପଠନ କରିବା ସହ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାର୍ୟ୍ୟକ୍ରମକୁ ଢେଙ୍କାନାଳ ଶାରୀରିକ ଶିକ୍ଷାଧିକାରୀ ଜ୍ୟୋତି ପ୍ରସାଦ ପରିଡା ସଂଯୋଜନା କରିଥିଲେ ଏବଂ ଜଗତସିଂହପୁର ଶାରୀରିକ ଶିକ୍ଷାଧିକାରୀ ବିଦ୍ୟାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶାରୁ ୩୫୦ ଜଣ ପ୍ରତିଯୋଗି ଏବଂ ୩୦ ଜଣ ପରିଚାଳକ ପରିଚାଳନା କରିଥିଲେ।
ପ୍ରତିଯୋଗିମାନଙ୍କ ମଧ୍ୟରେ ୧୬ ବର୍ଷରୁ କମ ବାଳକ ବର୍ଗରେ ପୁରୀର ଅଜିତ ତ୍ରୀପାଠୀ, କିଷାନ ରଥ, ଓମପ୍ରକାଶ ସାହୁ, ଓ ସମ୍ବଲପୁରର ସୌରଭ କୁମାର ସାହୁ ରହିଥିବା ବେଳେ ୧୬ ବର୍ଷରୁ କମ ବାଳିକା ବର୍ଗରେ କଟକର ପାୟଲ ପରିଡା ଓ ଇପ୍ସିତା ହାଲଦାର, ଢେଙ୍କାନାଳର ଇପ୍ସିତା ଜେନା, ବରଗଡର ରଞ୍ଜିତା ଭୋଇ, ୧୪ ବର୍ଷରୁ କମ ବାଳକ ବର୍ଗରେ କଟକର ଏସ୍. ପି. ବଦ୍ରିନାଥ, ମୟୁରଭଞ୍ଜର କ୍ରିଷ୍ଣା ନାୟକ ଓ କ୍ରିଷ୍ଣା ଦାସ, ପୁରୀର ଜନାର୍ଦ୍ଦନ ପୂଜାପଣ୍ଡା ଏବଂ ୧୪ ବର୍ଷରୁ କମ ବାଳିକା ବର୍ଗରେ ପୁରୀର ଫାଲଗୁନୀ ବେହେରା, ଢେଙ୍କାନାଳର ସୁଭ୍ରାୟୀ କରଣ, ସାଗରିକା ପାଣି ଓ ଶୁଶ୍ରୀ ପ୍ରିୟଦର୍ଶନୀ ସାହୁ ରାଜ୍ୟ ପାଇଁ ମନୋନୀତ ହୋଇଥିଲେ। ରାଜ୍ୟ ପ୍ରତିଯୋଗୀମାନେ ଆସନ୍ତା ଜୁଲାଇ ୧୮ ତାରିଖ ଠାରୁ ଜୁଲାଇ ୨୪ ତାରିଖ ପର୍ୟ୍ୟନ୍ତ କର୍ଣ୍ଣାଟକ ରାଜ୍ୟର ମହିଶୁର ଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି।
ଅନୁଷ୍ଠିତ କାର୍ୟ୍ୟକ୍ରମକୁ ମୟୁରଭଞ୍ଜ ଶାରୀରିକ ଶିକ୍ଷାଧିକାରୀ ଭାଗିରଥୀ ମଲ୍ଲିକ, ପୁରୀ ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ, କ୍ରୀଡା ଶିକ୍ଷକ କିଶୋର କୁମାର ଲେଙ୍କା, କ୍ଷିରୋଦ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ନନ୍ଦ, ଦେବ ପ୍ରସାଦ ସାହୁ ପରିଚାଳନାରେ ସହାୟତା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ପ୍ରତିଯୋଗିତା ସମ୍ପୁର୍ଣ୍ଣ ଭାବେ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *