ମାଟ୍ରିକ ପରୀକ୍ଷା ରେ ସ୍ୱରାଜ ନନ୍ଦ ବ୍ଲକ ଟପ୍ପର

ନିଶ୍ଚିନ୍ତକୋଇଲି, ୨୬/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ମାଟ୍ରିକ ପରୀକ୍ଷା ରେ ନିଶ୍ଚିନ୍ତକୋଇଲି ବ୍ଲକ ରେ ସ୍ବରାଜ କୁମାର ନନ୍ଦ ଟପ୍ପର ହୋଇଛନ୍ତି । ସେ ଦେମାଣ୍ଡୋ ଚନ୍ଦ୍ରଶେଖର ହାଇସ୍କୁଲ ର ଜଣେ ମେଧାବୀ ଛାତ୍ର ଅଟନ୍ତି । ସେ ୬୦୦ନମ୍ବର ରୁ ୫୬୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ବ୍ଲକ ଟପର ହୋଇଛନ୍ତି । ସ୍ୱରାଜ, କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମର ରଞ୍ଜନ କୁମାର ନନ୍ଦ ଓ ସୁଜାତା ନନ୍ଦଙ୍କ ପୁତ୍ର ଅଟନ୍ତି । ସ୍ୱରାଜ ଙ୍କ ସଫଳତା ପାଇଁ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ପିତା ମାତାଙ୍କ ସମେତ ପରିବାର ଆତ୍ମୀୟ ସ୍ୱଜନ ଓ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *