ଗରଦପୁର, ୨୬/୫/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ରେ ଚଳିତ ମାଟ୍ରିକ୍ ପରୀକ୍ଷା ଫଳ ୯୭ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ପାଟକୁରାସ୍ଥିତ ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଗରଦପୁର ବ୍ଲକ୍ ରେ ମୋଟ୍ ୧୦୧୮ ଜଣ ଛତ୍ର ଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦଇଥିବାବେଳେ ସେଥିମଧ୍ୟରୁ ୯୯୫ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ପ୍ରକାଶ କରିଛନ୍ତି । ସେଥି ମଧ୍ୟରୁ ଏ ୧ ମାତ୍ର ଜଣେ, ଏ୨ ରେ ୨୬ ଜଣ, ବି୧ ରେ ୮୭ ଜଣ, ବି୨ ରେ ୧୮୪ ଜଣ, ସି ୩୩୨ଜଣ , ଡ଼ି ରେ ୨୪୬ ଜଣ ଏବଂ ଇ ରେ ୧୧୮ ଜଣ ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହୋଇଥିବାବେଳେ ୨୩ ଜଣ ଛାତ୍ର ଛାତ୍ରୀ ଚଳିତ ପରୀକ୍ଷାରେ ଫେଲ ହୋଇଛନ୍ତି ।
ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ରାଜେଶ କୁମାର ନାୟକ ୫୫୨ ନମ୍ବର ରଖି ଏ ୧ ଗ୍ରେଡ଼୍ ରେ କୃତକାର୍ଯ୍ୟ ହୋଇ ଗରଦପୁର ବ୍ଲକ୍ ରେ ଟପର ହୋଇଛନ୍ତି । ସେହିପରି ବେଡ଼ାରୀ ପଂଚାୟତର ହରିଦାସପୁରସ୍ଥିତ ପଂଚାୟତ ନାଗମଣି ହାଇସକୁଲ ର ଛାତ୍ରୀ ଲିପସା ପ୍ରିୟଦର୍ଶନୀ ସାହୁ ୫୧୪ ନମ୍ବର ରଖି ଗରଦପୁର ବ୍ଲକ୍ ର ୨ୟ ସ୍ଥାନରେ ରହିଥିବାବେଳେ ପାଟକୁରା ହାଇସ୍କୁଲ ର ଛାତ୍ରୀ ହରପ୍ରିୟା ବେହେରା ୫୧୦ ନମ୍ବର ରଖି ଗରଦପୁର ବ୍ଲକ୍ ର ୩ୟ ସ୍ଥାନର ରହିଥିବା ପାଟକୁରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସୂଚନା ଦେଇଛନ୍ତି । ବ୍ଲକ୍ ର ମୋଟ୍ ୧୦ ଗୋଟି ହାଇସ୍କୁଲ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ପାଣି ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ପାଟକୁରା ହାଇସ୍କୁଲ , ହୁରାସାହି, ତିକନପୁର, ଗରଦପୁର, ନଇନ୍ଦିପୁର, ପାଖଡ଼, ଚିତ୍ରୋପôଳା ବାଳିକା ସ୍ମୁଲ, କୁଦାନଗରୀ ହାଇସ୍କୁଲ , ଶିଶୁଆ ସଠିଲୋ ହାଇସ୍କୁଲ ର ଛାତ୍ର ଛାତ୍ରୀମାନେ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଗରଦପୁର ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହୋଇଛନ୍ତି ।