ମା’ ସନ୍ତୋଷୀ ଦେବୀଙ୍କ ୧୭ତମ ବାର୍ଷିକୋତ୍ସବ

ବିଶ୍ୱଶାନ୍ତି ଯଜ୍ଞ ଉପଲକ୍ଷେ ଭଜନ ସମାରୋହ
ଭୁବନେଶ୍ୱର, ୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱଶାନ୍ତ ମହାଯଜ୍ଞ ଉପଲକ୍ଷେ ମା’ ସନ୍ତୋଷୀଦେବୀଙ୍କ ୧୭ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ୱଶାନ୍ତି ମହାଯଜ୍ଞ ତିନିଦିନ ଧରି ସ୍ଥାନୀୟ ବରମୁଣ୍ଡାଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପିପିଲିରୁ ଏକ ଘଂଟୁଆ, ପଞ୍ଜାବୀ ଢୋଲ ବାଜା ଓ ବାଣ ଫୁଟାଯାଇ ୨୧ଜଣ ଭକ୍ତ ଏକ କଳସ ଶୋଭାଯାତ୍ରାରେ ମା’ ସନ୍ତୋଷୀ ଦେବୀଙ୍କ ପୀଠ ଠାରୁ ଶୁଭାରମ୍ଭ କରାଯାଇଥିଲା । ଏହି କଳସ ଯାତ୍ରା ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇ ବରମୁଣ୍ଡା ଗ୍ରାମ ପରିକ୍ରମା କରିଥିଲା । ୧୪ ତାରିଖରେ ମା’ ସନ୍ତୋଷୀ ଦେବୀଙ୍କ ଅଙ୍କୁରୋପଣ କର୍ଯ୍ୟକ୍ରମ ହୋଇଥିବା ବେଳେ ୧୫ ତାରିଖରେ ଜଳଯାତ୍ରା, ମଣ୍ଡଳାଧିବାଶ, ଘଟ ସ୍ଥାପନ, ୧୬ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସର୍ବା ଦେବାଦେବୀ ପୂଜା, ଦେବୀଙ୍କର ଷୋଡ଼ଶ ଉପଚାର, ଅଗ୍ନିସ୍ଥାପନ, ଚଣ୍ଡୀପାଠ, ଆହୂତି, ହୋମ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଏହି ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବରେ ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥି ମୁଖ୍ୟ ଅତିଥି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ଉପ-ସଚିବ ସୁରେନ୍ଦ୍ର କୁମାର ଶତପଥି, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସମବାୟ ସମିତିର ସମ୍ପାଦକ ତଥା ବରିଷ୍ଠ ଲେଖକ ରମାକାନ୍ତ ମିଶ୍ର, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେଉରା, ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମର ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ଜୟଦେବ ବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ, ସମାଜସେବୀ ନେହେରୁ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତୁଳସୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଆଶା ମୁକୁଲ ବାରିକ ଓ ତାଙ୍କ ଦଳଙ୍କ ନିର୍ଦ୍ଧେଶନାରେ ଭଜନ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ଗାୟତ୍ରୀ ମହାପାତ୍ର, ଅନିମେଶ ପରିଡ଼ା, ସ୍ନେହାଶିଷ ମହାପାତ୍ରଙ୍କ ଭଜନ ଅତ୍ୟନ୍ତ ମନ ମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଥିଲା । ଏହି ଭଜନ କାର୍ଯ୍ୟକ୍ରମରେ କି ପ୍ୟାଡ଼ରେ ଅକ୍ଷୟ, ଗୋପାଳକୃଷ୍ଣ, ତବଲାରେ ପାପାଲି, ଅକ୍ଟୋପ୍ୟାଡ଼ରେ ଅନିଲ୍ ସହାୟତା କରିଥିଲେ । ଆଦିତ୍ୟ କୁମାର ସ୍ୱାଇଁ, ଆଶୀଷ ରଞ୍ଜନ ମହାନ୍ତି, ବିଶ୍ୱ ରଞ୍ଜନ ସାହୁ, ସୁଧାଂଶୁ ଶେଖର ମହାନ୍ତି, ସରୋଜ ସାହୁ, ନିମାଇଁ ତି୍ରପାଠୀ, ତପନ କୁମାର ସାହୁ, ସୁନିଲ କୁମାର ଦାସ, ଦୀପକ ସ୍ୱାଇଁ, ଜଗନ୍ନାଥ ସାହୁ ଓ ସତ୍ୟଭାମା ସ୍ୱାଇଁଙ୍କ ଦ୍ୱାରା ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ଭକ୍ତମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *