ପ୍ରାଧ୍ୟାପକ ଙ୍କ ନିଆରା ଉଦାହରଣ 

                                                                   ପିତୃ ଶ୍ରାଦ୍ଧବାର୍ଷିକୀ ଓ ପୌତ୍ର ର ସ୍ଵନକ୍ଷତ୍ର  ଉତ୍ସବ

ଭୁବନ , ୧୭/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜିର ସମାଜରେ ବୃଦ୍ଧ ପିତା,ମାତାଙ୍କୁ ପୁଅ ବୋହୂ ମାନେ ଖାଇବାକୁ ନଦେଇ ମାଡ ମାରିବା ଓ ନିର୍ଯାତନା ଦେଇ ଘରୁ ବାହାର କରି ଦେଉଥିବା ଖବର ନୀତି ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ  ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ତାଙ୍କର ପିତା ଦିଵ୍ୟାଧର ପାଣି ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଓ ପୌତ୍ର (ନାତି) ଅମ୍ଳାନ ସିଦ୍ଧିଵର୍ଦ୍ଧନ (ପୀୟୂଷ) ଙ୍କ ନବମ ଜନ୍ମ ସ୍ଵନକ୍ଷତ୍ର ଉତ୍ସବ କୁ  ଆଡମ୍ବର ସହକାରେ ପାଳନ କରି ସମାଜ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଉପଲକ୍ଷେ ଓଡ଼ିଶାର ସୁନାମ ଧନ୍ୟା ଗାୟିକା ସୁରଭାରତି ସସ୍ମିତାପ୍ରଧାନ ଓ ସାଥୀମାନେ ଯମୁନାକୋଟ ପ୍ରଧାନ ସାହି ଠାରେ ୧୪ ତାରିଖ ଠାରୁ ୧୬ ତାରିଖ ୩ ଦିନ ପର୍ଯ୍ୟନ୍ତ ପାଲା ପରିବେଷଣ କରିଥିଲେ। ସର୍ବ ପ୍ରଥମେ ଭାଗବତ ଟୁଙ୍ଗୀ ର ଗୁରୁ ଭାଇମାନଙ୍କୁ ତଥା ଗ୍ରାମର ଶତାୟୁ ଶ୍ରୀ ବ୍ରହ୍ମାନନ୍ଦ ସାମଲ, ଶ୍ରୀ ନରହରି ଦାସ ଓ ଶ୍ରୀ ପ୍ରହଲ୍ଲାଦ ମହାରଣାଙ୍କୁ ପରିବାର ତରଫରୁ ଗୁରୁ ପୂଜା କରି ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପ୍ରତିଦିନ ପାଲାପରିଵେଷଣ ପୂର୍ବରୁ ପ୍ରାରମ୍ଭିକ କାର୍ଯ୍ୟ କ୍ରମରେ ଯଶସ୍ବିନୀ ପାଣି,ସୁଶ୍ରୀ ପ୍ରିୟଦର୍ଶିନୀ ପାଣି, ଆଦିତ୍ୟ ପାଣି,ସ୍ନେହାଂଶୁ ପାଣି, ଆଦିତ୍ୟ ପାଣି,ଅଭିଷେକ ପାଣି, ଅମ୍ଳାନ ସିଦ୍ଧିଵର୍ଦ୍ଧନ ପାଣି, ଦେବାଂଶୁ ପାଣି,ଗୌରବ ହରିଚନ୍ଦନ,ଶାଶ୍ବତୀ ପ୍ରିୟଦର୍ଶିନୀ ଯେନା, ଆଦ୍ୟା ବେହେରା,ଵିଦ୍ୟା ବେହେରା, ରାଜଶ୍ରୀ ବେହେରା,ରିତିଶା ପ୍ରିୟଦର୍ଶିନୀ ସାମଲ, ଶୁଭ ଲକ୍ଷ୍ମୀ ସାହୁ, ରାଣୀ ସାହୁ ଓ ଅନ୍ୟମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କ ର ଚିତ୍ତବିନୋଦନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସୁଶ୍ରୀ ସସ୍ମିତା ପାଣି ଅତି ଉଚ୍ଚକୋଟୀର ଉପସ୍ଥାପନା ମାଧ୍ୟମରେ ପରିଚାଳନା କରିଥିଲେ।ଅନ୍ତିମ ଦିନ ରେ ଭୁବନ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ, ଯମୁନାକୋଟ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନଟବର ସାହୁ,ଶ୍ରୀମତୀ ଖୁଲଣାରାଉତ, ଭାଗବତ ଟୁଙ୍ଗୀ ର ସଂପାଦକ ଶ୍ରୀ ଅଦୈତ ସାହୁ ଓ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ଅତିଥି ଭାବରେ ଯୋଗଦାନ କରି ଗାୟିକା ସୁରଭାରତି ସସ୍ମିତାପ୍ରଧାନ ଓ ସାଥିମାନଙ୍କୁ ଉତ୍ତରୀୟଦେଇ ସମ୍ବର୍ଦ୍ଧିତ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା କଳାକାର ମାନଙ୍କୁ  ଗାୟିକା ଓ ସାଥିମାନେ  ତଥା ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ। ସମସ୍ତ ଅତିଥି, ପୁରୋହିତ ଶ୍ରୀ ରଞ୍ଜନ ନନ୍ଦ, ଶ୍ରୀ କ୍ଷୀରୋଦ ମିଶ୍ର, ଶ୍ରୀ ଗଜେନ୍ଦ୍ର ନାୟକ ତଥା ଆତ୍ମୀୟ ସ୍ବଜନ ସମେତ ଉପସ୍ଥିତ ଦର୍ଶକ ଅମ୍ଳାନ ସିଦ୍ଧିଵର୍ଦ୍ଧନ ର ଜନ୍ମ ଦିନର ପିଠା କୁ କାଟି ଅମ୍ଳାନ କୁ ସ୍ନେହରେ ଖୁଆଇ ଶୁଭାଶିଷ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ସାମୁହିକ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *