ଏ ବି ଭି ପି ତରଫରୁ ଭୋଟର ସଚେତନତା ଅଭିଯାନ 

ନୋଟା ରେ ଭୋଟ ନ ଦେବାକୁ ନିବେଦନ

ଭୁବନ ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ୨୫ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ନିମନ୍ତେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ଜ଼ିଲ୍ଲା ଭୂବନ ନଗର କାର୍ଯ୍ୟକର୍ତ୍ତାମାନେ ଭୂବନ ବଜାରରେ ଲିଫଲେଟ ବଣ୍ଟନ କରିଵା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭୋଟ ଦେବା ଆମର ମୌଳିକ ଅଧିକାର  ବୋଲି ସଚେତନ କରିଥିଲେ। ନୋଟାରେ ଭୋଟ ନଦେଇ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ ଅନୁରୋଧ କରିଥିଲେ। ସଠିକ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଆମ ସମ୍ବିଧାନ ସାକାର ହୋଇପାରିବ ବୋଲି ସେମାନେ ସୂଚନା ଦେଇଥିଲେ। ଶତପ୍ରତିଶତ ମତଦାନ ଭାରତୀୟ ସମ୍ବିଧାନରେ ସମସ୍ତଙ୍କର ମୌଳିକ ଅଧିକାର ରହିଛି ଏବଂ ବିକଶିତ ଭାରତ,ଭାରତ କୁ ବିଶ୍ୱଗୁରୁ କରିବା ପାଇଁ, ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ପାଇଁ, ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ, ମହିଳା ସୁରକ୍ଷା ପାଇଁ ଓ ବିକଶିତ ଓଡ଼ିଶା ପାଇଁ ମତଦାନ ବୋଲି ଏବିଭିପି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭୂବନ ନଗର ର ସମସ୍ତ କାର୍ଯ୍ୟକର୍ତ୍ତା ଲୋକମାନଙ୍କୁ ସଚେତନତା କରାଉଥିଲେ ।

Leave a Reply

Your email address will not be published. Required fields are marked *