ବିଶ୍ଵାସରେ ଆନ୍ତର୍ଜାତିକ ସେବିକା ଦିବସ ପାଳନ

 ଭୁବନେଶ୍ୱର, ୧୨/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ଛତାବର ସ୍ଥିତ ବିଶ୍ଵାସ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ  ସେବିକା ଦିବସ ପାଳିତ ହୋଇଯାଇଅଛି । ପ୍ରତ୍ୟେକ ବର୍ଷ କିମ୍ବଦନ୍ତୀ ସେବିକା  Florence Nightingale ଙ୍କ ଜନ୍ମ ଦିନ 12 ମଇ  କୁ ଏହା ପାଳିତ ହୋଇଥାଏ । ଏହି ଅବସରରେ ଅଭାସି ମାଧ୍ୟମରେ ଏକ ଆଲୋଚନାଚକ୍ରର ଆୟୋଜନ ହୋଇଥିଲା ।

 ଏହାର ବିଷୟ ଥିଲା ଆମର ସେବିକା ଆମର ଭବିଷ୍ୟତ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ପ୍ରଜ୍ଞା ରଂଜନ ଘଡେଇ, ସମ୍ପାଦିକା ଶ୍ରୀମତୀ ନନ୍ଦିନୀ ଘଡେଇ, ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ପଣ୍ଡା,ପ୍ରଧାନଚାର୍ୟ୍ୟ ସୁକାସିନି ଆଚାର୍ୟ୍ୟ, ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ର ଏବଂ ପାରାମେଡିକ୍ସ ଅଧ୍ୟକ୍ଷ  ଡ. ଅଭୟ କୁମାର ବାହିନୀପତି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆମର ସେବିକା ଆମର ଭବିଷ୍ୟତ ଉପରେ ଶିକ୍ଷ୍ୟା ତଥା କର୍ମଜୀବି ବିକାଶର ଗୁରୁତ୍ଵ ଆରୋପ କରିଥିଲେ । ପରିଶେଷରେ ସ୍ବାସ୍ଥ୍ୟ ସେବାର ଭବିଷ୍ୟତ ଗଠନରେ ସେବିକା ମାନଙ୍କର ଭୂମିକାକୁ ଦର୍ଶାଯାଇଥିଲା ଏବଂ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *