ଦଶବର୍ଷ ପରେ ଵଦଳି ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହକାରୀ ଯନ୍ତ୍ରୀ ପୁଣି କଟକ ଆସିଵା କେଉଁ ସ୍ୱାର୍ଥରେ

କଟକ ସଦର,୧୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ବିଭାଗର ଜନୈକ ସହକାରୀ ଯନ୍ତ୍ରୀ ଉଦୟଶ୍ରୀ ମହାପାତ୍ର ଏଠାରେ ୧୦ ବର୍ଷ ରହିବା ପରେ ଦୁର୍ନୀତି ଅଭିଯୋଗରେ ଢେଙ୍କାନାଳକୁ ଵଦଳି ହୋଇଥିବା ଜଣାପଡିଛି। ହେଲେ ଏବେ କିଭଳି ଭାବେ ଦୁର୍ନୀତିମୁକ୍ତ ହୋଇ କେଉଁ ସ୍ୱାର୍ଥରେ ପୁଣି କଟକ କୁ ଫେରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ ପୂର୍ବରୁ ଯେପରି ଦୁର୍ନୀତିରେ ଲିପ୍ତ ଥିଲେ ଏବେ ସେହିପରି ଦୁର୍ନୀତିରେ ରହି ଉଦୟଶ୍ରୀ  ବିବାଦୀୟ ହୋଇପଡିଛନ୍ତି। କଟକ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିବାଦୀୟ ସହକାରୀ ଯନ୍ତ୍ରୀ ଙ୍କ ପୂର୍ଵର ଓ ବର୍ତ୍ତମାନର କାରନାମା କୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *