କଟକ ସଦର , ୨୭/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତୀୟ ଜନତା ପାର୍ଟିର ସାଂଗଠନିକ ଅଭିବୃଦ୍ଧି ଏଵଂ ନୂତନ କମିଟିର କଳେବର ନିମନ୍ତେ କଟକ ଜିଲ୍ଲା ଵିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରିଥିବା ପ୍ରେସ୍ ବାର୍ତାରୁ ଜଣାପଡିଛି। ୮ ଜଣ ଉପସଭାପତି ଙ୍କୁ ନୂତନ କମିଟିରେ ନିଆଯାଇଥିଲା ବେଳେ କଟକ ସଦରରୁ ବରିଷ୍ଠ ଵିଜେପି ନେତା, ପରମହଂସ ପଞ୍ଚାୟତର ପୂର୍ବତନ ସରପଂଚ, ଆଡଭୋକେଟ ନିର୍ମଳ କୁମାର ଦାସ (ହରି) ଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ଉପସଭାପତି ଥିବା ଆଲୋକ ମହାନ୍ତିଙ୍କୁ ସାଧାରଣ ସଂପାଦକ କରାଯାଇଥିଲା ବେଳେ ଉପସଭାପତି ଥିବା ଗୋକୁଳ ଚନ୍ଦ୍ର ପ୍ରଧାନଙ୍କୁ ଅପସାରଣ କରାଯାଇ ଜିଲ୍ଲା ସୂଚନାଧିକାର ପ୍ରକୋଷ୍ଠରେ ରଖାଯାଇଛି। ନୂତନ ନିଯୁକ୍ତି ପାଇଵା ପରେ ଉପସଭାପତି ନିର୍ମଳ ଦାସ, ସାଧାରଣ ସଂପାଦକ ଆଲୋକ ମହାନ୍ତି ଓ ସଂପାଦକ ରଶ୍ମି ରେଖା ପଟ୍ଟନାୟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ ମୁଖପାତ୍ର ଦିଲ୍ଲିପ ମଲ୍ଲିକ ଓ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା କଟକ ସଦର ସଂଯୋଜକ ହୃଷିକେଶ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ କାର୍ତ୍ତିକ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି।